ନୟାଗଡ଼, (ନୟାଗଡ଼ ଦର୍ପଣ): ରହସ୍ୟ ରୋମାଞ୍ଚ ଭରା ଚଳଚିତ୍ର “ଭୂତ ସହ ରାତିଏ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସଂନ୍ଧ୍ୟାରେ ମା ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଏହି ଅବସରରେ ସିନେମାରେ ଅଭିନୟ କରୁଥିବା କଳାକାରଙ୍କ ସହ ବହୁ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ଯୋଗ ଦେଇ ଫିଲ୍ମ ର ସଫଳତା କାମନା କରିଛନ୍ତି। ଗୀତିକଳ୍ପ ହରିଶ ପ୍ରଧାନଙ୍କ କାହାଣୀକୁ ନେଇ ନେଇ ସିନେମା ପ୍ରସ୍ତୁତ ହେଉଥିଲା ବେଳେ ପ୍ରଯୋଜକ ଅଛନ୍ତି ନିଜେ ହରିଶ ପ୍ରଧାନ। ନିର୍ଦେଶନା ଦାୟିତ୍ୱ ନିର୍ବାହ କରୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ। ନୟାଗଡ଼ ଦର୍ପଣ ନିବେଦିତ ଏହି ସିନେମାର ପୋଷ୍ଟ ପ୍ରଡକ୍ସନ ଦାୟିତ୍ୱ ଯଯାତି କେଶରୀଙ୍କ ଉପରେ ନ୍ୟସ୍ତ ଥିବା ବେଳେ ସହଯୋଗ କରୁଛନ୍ତି ବିଶ୍ୱ ଭୂଷଣ ମହାପାତ୍ର। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ ହେବାକୁ ସ୍ଥିର ହୋଇଥିବା ବେଳେ ଖୁବ ଶୀଘ୍ର ପ୍ରସ୍ତୁତି ଶେଷ କରି ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ କରାଇବାକୁ ପ୍ରଯୋଜନା ସଂସ୍ଥା ଯୋଜନା କରୁଛି। ବିଜ୍ଞାନ ଆଉ ବିଶ୍ୱାସର ଦୋଛକିରେ ଭୁତ ପ୍ରେତର ଅସ୍ଥିତ୍ୱ କେତେ ରହିଛି ତାକୁ ଆଧାର କରି ଏହି ସିନେମା ନିର୍ମିତ ହେଉଛି। ଏହା ଲୋକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।
‘ଭୂତ ସହ ରାତିଏ’ର ଶୁଭ ମହୁରତ
