Blog

ନୟାଗଡ଼ ଶ୍ରୀ ଶ୍ଯାମ୍ ସୋରୁମରେ ଭୟାବହ ଅଗ୍ନିକାଣ୍ଡ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ଯାମ୍ ଗାର୍ମେଣ୍ଟ ସୋରୁମରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ରୁ ଉର୍ଦ୍ଧ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକ ସୂଚନା ଦେଇଛନ୍ତି। ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୩ଟା ସମୟରେ ସ୍ଥାନୀୟ ଲୋକମାନେ ଦୋକାନରୁ ଧୁଆଁ ବାହାରୁଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣାସ୍ଥଳକୁ ଆସିଥିଲେ । ତେବେ ଦୋକାନ ସଂପୂର୍ଣ୍ଣ ବନ୍ଦ ଥିବାରୁ ନିଆଁ ଆୟତ କରିବା କଷ୍ଟକର ହୋଇପଡିଥିଲା । ନୟାଗଡ, ନୂଆଗାଁ,…

Read More

ପଠାଣି ସାମନ୍ତଙ୍କ ଜନ୍ମ ଜୟନ୍ତୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

ନୟାଗଡ,(ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର (ପଠାଣି ସାମନ୍ତ)ଙ୍କ ଜନ୍ମ ଜୟନ୍ତୀ ସମ୍ପର୍କିତ ବ୍ୟତିକ୍ରମକୁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତଥା ଓଡିଶା ସାହିତ୍ୟ ଏକାଡେମିକୁ ଅବଗତ କରିବା ନିମନ୍ତେ ଆଜି ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଗଲା। ପ୍ରକାଶଥାଉକି ବ୍ୟକ୍ତିଗତ ଭାବରେ ସାମନ୍ତ ଚନ୍ଦ୍ରଶେଖର ସଂସ୍କୃତିକ ଅନୁଷ୍ଠାନ ନୟାଗଡ ର ସଭାପତି ପ୍ରମୋଦ ପଟନାୟକ, ସମ୍ପାଦକ ଲଷ୍ମୀଧର ମହାପାତ୍ର ଓ ଗବେଷକ ଡ଼ଃ ବିଜୟ କୁମାର ଚୌଧୁରୀ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିଚାର ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ଡ଼ଃ ସାହୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବା ସକାଶେ ତତ୍ପରତା ପ୍ରକାଶ କରିଥିଲେ।

Read More

ମୁକ୍ତିଲାଭ କଲା ‘ଶ୍ରୀ ସୃଜନ’ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’

ନୟାଗଡ଼, (ନୟାଗଡ଼ ଦର୍ପଣ): ଶାରଦୀୟ ଦୁର୍ଗା ପୂଜା ଅବସରରେ ‘ଶ୍ରୀ ସୃଜନ’,ନୟାଗଡ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ବାରା ପ୍ରସ୍ତୁତ ସଙ୍ଗୀତ ଭିଡିଓ “ଓ ମା ଦୁର୍ଗା ମା’ ଅନୁଷ୍ଠାନର ସଭାପତି ନାଟ୍ୟ ଭୂଷଣ ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ମନୋଜ କୁମାର ମିଶ୍ର, ଶ୍ରୀକାନ୍ତ ଖଟେଇ, ଡ.ନିର୍ମଳ ଚନ୍ଦ୍ର ଶୂରଦେଓ, ଦାମୋଦର ସାହୁ, ନିରଞ୍ଜନ ମିଶ୍ର, ଧନେଶ୍ଵର ପ୍ରଧାନ, ଅଜୟ କୁମାର ସେଠୀ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ବିରଞ୍ଚି ବେହେରା, ସମସ୍ତ ସଦସ୍ୟ ସଦସ୍ୟା ଓ ଅନେକ ଭକ୍ତଙ୍କ ଗହଣରେ ଆନୁଷ୍ଠାନିକ ଭାବେ ମୁକ୍ତିଲାଭ କରିଛି। ଇଂ.ଲକ୍ଷ୍ମୀଧର ନାୟକ ଏହି ଗୀତଟି ରଚନା କରିଥିବା ବେଳେ ଏହାକୁ ଅନୁଷ୍ଠାନର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ ସଙ୍ଗୀତରେ ସଜାଇବା ସହ କଣ୍ଠଦାନ କରିଛନ୍ତି। ଉପସ୍ଥିତ ସମସ୍ତଙ୍କ ମତରେ ଗୀତଟି ବେଶ୍…

Read More

“ଡାକ ମୁଣାରେ ଡଗରା” ଏକ ସଫଳ ଉପନ୍ୟାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ, ଡାକମୁଣାର ଡଗରା ଏକ ସମାଜଧର୍ମୀ ସୁଖପାଠ୍ୟ ଓ ସଂସ୍କାରମୂଳକ ସଫଳ ଉପନ୍ୟାସ ଓ ସମାଜକୁ ସୁଧାରିବା ପାଇଁ ଏହିଭଳି ବାସ୍ତବବାଦୀ ନିର୍ଭୀକ ସାହିତ୍ୟ ସୃଷ୍ଟି ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଆଜି ନୟାଗଡ଼ ବୁଦ୍ଧମଣ୍ଡପ ଯୋଗକେନ୍ଦ୍ରଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ବିଧାୟକ ଡ. ଅରୁଣ କୁମାର ସାହୁ ମତପ୍ରକାଶ କରିଛନ୍ତି। ତୃତୀୟ ନୟନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ରଙ୍କ ଆବାହକତ୍ଵରେ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଡ. ବିଜୟ କୁମାର ଚୌଧୁରୀ ଉପନ୍ୟାସର ସଫଳ ଗତିକ୍ରମ, ବଳିଷ୍ଠ ଉପସ୍ଥାପନ ଶୈଳୀ, ଉତ୍କଣ୍ଠା ଉଦ୍ରେକ ବିଷୟବସ୍ତୁ ଓ ପ୍ରଭାବଶାଳୀ ବାର୍ତ୍ତା ଉପନ୍ୟାସଟିକୁ କାଳଜୟୀ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ନାଟ୍ୟକାର…

Read More

ଆଞ୍ଚଳିକ ସାମ୍ବାଦିକ ସଂଘ ଗଣିଆ ରେ ନୟାଗଡ଼ ବିଧାୟକ

ଗଣିଆ, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ଼ଃ.ଅରୁଣ କୁମାର ସାହୁ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଦ୍ୟାଳୟ ର ନୂତନ ଭାବେ ନିର୍ମାଣ ହେଉଥିବା ଶ୍ରେଣୀ ଗୃହ କାର୍ଯ୍ୟକୁ ସମୀକ୍ଷା କରିଥିଲେ ଓ ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଡଃ.ସାହୁ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ୟାଳୟକୁ ଆସି ସାମ୍ବାଦିକମାନଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତକାର କରିଥିଲେ। ଆଗାମୀ ଦୁର୍ଗାପୂଜା ପାଇଁ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସଂପର୍କରେ ସତ୍ୟ ଏବଂ ନିର୍ଭୁଲ ସମ୍ବାଦ ପରିବେଷଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସହିତ ଯୋଡ଼ି ହୋଇ ସହଭାଗିତା ଭିତ୍ତିରେ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

Read More

ବର୍ଷା ଜଳ ସରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ନେହେରୁ ଯୁବ କେନ୍ଦ୍ର , ନୟାଗଡ ର ସହାୟତା ରେ ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଦା ସ୍ଥିତ ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବର୍ଷା ଜଳ ସରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ରାଜନୀତି ବିଭାଗ ଅଧ୍ୟାପକ ପ୍ରସନ୍ନ କୁମାର ପରିଡ଼ା ଙ୍କ ସଭାପତିତ୍ତ୍ଵ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ “ସୋହମ ” ସଙ୍ଗଠନର ଉପସଭାପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ, ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦାସ ଯୋଗଦେଇ ଜଳ ପ୍ରଦୂଷଣ, ଏହାର ସୁରକ୍ଷା ଓ ସରକ୍ଷଣ ଉପରେ ବିଶେଷ ଆଲୋକପାତ କରିଥିଲେ ।…

Read More

ଗଣିଆରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର

ଗଣିଆ, (ନୟାଗଡ଼ ଦର୍ପଣ): ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ନୟାଗଡ଼ ଆନୁକୁଲ୍ୟରେ ଗଣିଆ ବ୍ଲକ ପ୍ରଶାସନ ସହାୟତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗଣିଆ ଠାରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅସ୍ଥି ଶଲ୍ୟ, ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ,ଓ ଶ୍ରବଣ ବାଧିତ ବିଭାଗର ବରିଷ୍ଠ ଚିକିତ୍ସକମାନଙ୍କ ଦ୍ବାରା ଶତାଧିକ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଉପଯୁକ୍ତ ରୋଗୀ ମାନଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଯଥାସାଧ୍ୟ ସରକାରୀ ଯୋଜନା ଦ୍ବାରା ସାହାଯ୍ୟ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ ।

Read More

ମଣ୍ଡଳ ସ୍ତରୀୟ ସୁରଭି ଓ ପୁଷ୍ଟିଶସ୍ୟ ପ୍ରତିଯୋଗିତା ଉଦଯାପିତ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଭୀମସେନ ସରକାରୀ କୃଷି ଉଚ୍ଚ ବିଦ୍ୟାଳୟ ବାଉଁଶଗାଡ଼ିଆ ଠାରେ ମଣ୍ଡଳ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି।ପୂର୍ବରୁ ୧୫ ଟି ଆଞ୍ଚଳିକ ସାଧନକେନ୍ଦ୍ର ରୁ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ସୃଜନଶୀଳ ଲିଖନ,ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଚିତ୍ରାଙ୍କନ, ଚିତ୍ରକଳା ଓ ମଧ୍ୟାହ୍ନଭୋଜନ ଶିଳ୍ପକଳା, ଦିବ୍ୟାଙ୍ଗର ସଙ୍ଗୀତ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରୁ ବରିଷ୍ଠ ଓ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ୫୧୦ କୃତି ପ୍ରତିଯୋଗୀମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ, ସଞ୍ଜୁକ୍ତା ପଢିଆରୀ, ଭାଡିକିଳା ସମିତି ସଭ୍ୟ ପ୍ରଦୀପ ଭଟ୍ଟ, ଅତିରିକ୍ତ ମଣ୍ଡଳ…

Read More

ବ୍ଲକସ୍ତରୀୟ ସୁରଭି, ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର: ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଦରକାର। ପିତାମାତା ମାନେ ପିଲାମାନଙ୍କୁ ଅଯଥା ଆକଟ ନକରି ସେମାନଙ୍କୁ ସବୁ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ବିଦ୍ୟାଳୟ ସ୍ତରରୁ ପିଲାମାନେ ଖବରକାଗଜ ପଢ଼ିବା ସହିତ ଦେଶ ବିଦେଶର ହାଲଚାଲ ଏବଂ ସମସ୍ୟା ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକ ସ୍ତରରୁ ହାଇସ୍କୁଲ ପର୍ଯ୍ୟନ୍ତ ପିଲାଙ୍କ ସୃଜନଶୀଳ ପ୍ରତିଭାର ବିକାଶ…

Read More

ଇଟାମାଟି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟିରେ ମାତୃକର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଭିଭାବିକା ବିଜୟଲକ୍ଷ୍ମୀଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ଅତିଥିଙ୍କ ପରିଚୟ କରିଥିଲେ ।ବିଦ୍ୟାଳୟର ସମ୍ପାଦକ ରଜନୀକାନ୍ତ ମିଶ୍ର ସ୍ବାଗତ ଅଭଭାଷଣ ପ୍ରଦାନ କରିବା ସହିତ ମାତୃକର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ୍ ଧାରଣ ଦେଇଥିଲେ।ଶିଶୁବାଟିକା ପ୍ରମୁଖା ଟୁନି ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ମା ମାନଙ୍କ ଦ୍ଵାରା ବୌଦ୍ଧିକ ବିକାଶ ର ଉପକରଣ ପ୍ରସ୍ତୁତି, ହସ୍ତକର୍ମ, ସଙ୍ଗୀତ ଚୌକି, ବଲ ପିଙ୍ଗା,ଧନ ସଂଗ୍ରହ, ‘ହାତୀ ଶୁଣ୍ଢ ଛୁଁ’ ଅଭିନୟ ସାହାଯ୍ୟରେ ଅଙ୍କଜ୍ଞାନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୭୫ ଜଣ ଅଭିଭାବିକା ଯୋଗ ଦେଇଥିଲେ।ବନ୍ଦେମାତରଂ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।

Read More