Blog

ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ: ୩୦ ତାରିଖ ଦଶପଲ୍ଲା ବନ୍ଦକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ସମର୍ଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ଯେ, ବିଦ୍ୟୁତ ସେବାରେ ଚରମ ଅବହେଳା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଜୁଲାଇ ମାସ ଶେଷ ସପ୍ତାହରେ ଏକ ବଡ଼ଧରଣର ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଛି।…

Read More

ବିଦ୍ୟୁତ ବିଭାଗ ବିରୋଧରେ ପୁଞ୍ଜିଭୂତ ଜନ ଅସନ୍ତୋଷ, ୩୦ଜୁନରେ ଦଶପଲ୍ଲା ବନ୍ଦ ଡାକରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୂତ ଜନ ଅସନ୍ତୋଷ ବର୍ତ୍ତମାନ ଗଣଆନ୍ଦୋଳନର ରୂପ ନେବାକୁ ଯାଉଛି। ବିଦ୍ୟୁତ ବିଭାଗ ଓ ଟାଟା ପାୱାର ପକ୍ଷରୁ ଦାବିଗୁଡ଼ିକର ସମାଧାନ ନ ହେବାରୁ ଆସନ୍ତା ୩୦ ଜୁନ (ମଙ୍ଗଳବାର) ‘ଦଶପଲ୍ଲା ବନ୍ଦ’ ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କରିଛି। ଦଶପଲ୍ଲା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ଟାକରାଠାରେ ୨୦୧୮ ମସିହାରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୦/୩୩ କେଭି ପାୱାର ଗ୍ରିଡ୍ ସବ୍-ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଏବଂ ଟିପିସିଓଡିଏଲ୍‌ ପକ୍ଷରୁ କିଛି ଯୁବକଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଗତ ୧୦ ଜୁନ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର…

Read More

ଲୋକ ନୋଡ଼ାଲ ବିଦ୍ୟପୀଠରେ ‘ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା’

ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟ ପଞ୍ଚିରିଡ଼ା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟୁତ ନିରାପତ୍ତା ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକଙ୍କ ଅନୁରୋଧ କ୍ରମେ ଶରଣକୁଳ ବିଦ୍ୟୁତ ବିଭାଗ ତରଫରୁ ଶିକ୍ଷାଦେବା ପାଇଁ ବିଶ୍ଵଭୂଷଣ ବିଷୋଇ, ସେଫ୍ଟି ଅଫିସର, ବିମଳ କୁମାର ଯାଦବ, ସେଫ୍ଟି ଅଫିସର, ରାମଚନ୍ଦ୍ର ସାହୁ, ଲାଇନ୍ସମାନ, ପ୍ରକାଶ ଚନ୍ଦ୍ର ମାନା, ଲାଇନ୍ସମାନ, ସୁଜିତ କୁମାର ପ୍ରଧାନ, ଲାଇନ୍ସମାନ ଓ ପ୍ରଦୀପ କୁମାର ସେନାପତି, ଲାଇନ୍ସମାନ ରିସୋର୍ସପର୍ସନ ତଥା ଅତିଥି ରୂପେ ଯୋଗ ଦେଇଥିଲେ। ସେମାନେ ବିଦ୍ୟୁତ ଜନିତ ଦୁର୍ଘଟଣାରୁ କେମିତି ରକ୍ଷା ପାଇବା ତାହା ଉପରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ଯୋଗ ଦେଇଥିବା ଜନସାଧାରଣଙ୍କୁ ଶ୍ରେଣୀଗୃହ ଶିକ୍ଷା ଏବଂ ପ୍ରାଟିକାଲ ଶିକ୍ଷା ପ୍ରଦାନ କରିଥିଲେ। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ…

Read More

ଦେବର୍ଷି ନାରଦ ଜୟନ୍ତୀ ପାଳିତ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ସୃଜନ ଗୃହରେ ଦେବର୍ଷି ନାରଦ ଜୟନ୍ତୀ ଗମ୍ଭୀର ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଦେବର୍ଷି ନାରଦଙ୍କୁ ଭାରତୀୟ ପରମ୍ପରାରେ ଜ୍ଞାନ, ଭକ୍ତି ଓ ସତ୍ୟ ସୂଚନାର ପ୍ରତୀକ ଭାବେ ସମ୍ମାନ କରାଯାଏ। ଅନେକ ସ୍ଥାନରେ ଏହି ଦିନକୁ ସାମ୍ବାଦିକତା ସହ ମଧ୍ୟ ପ୍ରତୀକାତ୍ମକ ଭାବେ ଯୋଡ଼ି ଦେଖାଯାଏ। କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଗଠନରେ ସାମ୍ବାଦିକମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ ଭୂଇଁଆ ଦେବର୍ଷି ନାରଦଙ୍କ ଆଦର୍ଶ, ସତ୍ୟ ସୂଚନା ପ୍ରସାର ଓ ମୂଲ୍ୟବୋଧ ଆଜିର ସାମ୍ବାଦିକତା ପାଇଁ କିପରି ପ୍ରେରଣାଦାୟକ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସହ ପ୍ରଚାର ପ୍ରମୁଖ…

Read More

ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ; ୪୧ ୟୁନିଟ୍ ରକ୍ତଦାନ ସହ ବୃଦ୍ଧାଶ୍ରମରେ ସେବା କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆକାଉଣ୍ଟାଣ୍ଟ କମ୍ ଡିଇଓ ସଂଘର ଜିଲ୍ଲାସ୍ତରୀୟ ଦ୍ୱିତୀୟ ବାର୍ଷିକ ଉତ୍ସବ ସେବା, ସାମାଜିକ ଦାୟିତ୍ୱବୋଧ ଓ ସାଙ୍ଗଠନିକ ଏକତାର ବାର୍ତ୍ତା ନେଇ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ କମ୍ ଡିଇଓମାନେ ସ୍ୱେଚ୍ଛାକୃତ ଭାବେ ୪୧ ୟୁନିଟ୍ ରକ୍ତଦାନ କରି ସମାଜ ପ୍ରତି ନିଜର ଦାୟିତ୍ୱବୋଧର ପରିଚୟ ଦେଇଥିଲେ। ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଶିଷ୍ଟ ଶିକ୍ଷାବିତ୍ ଧୀରେନ୍ଦ୍ର ପଟ୍ଟନାୟକ ଓ ଡାକ୍ତର ମୋନାଲିସା ସ୍ୱାଇଁ ଉଦ୍ଘାଟନ କରିଥିଲେ। ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବା ସମୟରେ ସଂଘ ପକ୍ଷରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଏହା ସହିତ ସଂଘ ପକ୍ଷରୁ ନୟାଗଡ଼ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ମଧ୍ୟାହ୍ନ…

Read More

ନୟାଗଡ଼ କଲେଜରେ ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଫେରିଛନ୍ତି ଚର୍ଚ୍ଚିତ ଡ଼ ବାନାମ୍ବର ପୃଷ୍ଟି। ନିଜ ପାଣ୍ଡିତ୍ୟ ପାଇଁ ନୟାଗଡ଼ରେ ସେ ଯେତିକି ଚର୍ଚ୍ଚିତ, କଲେଜ ଅଧ୍ୟକ୍ଷଙ୍କ ସହ ବିବାଦୀୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ ଥିଲେ। ସବୁ ବାଦବିବାଦ ଦୂର ହୋଇ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି ପୁଣି ଥରେ ଵିଧିବଦ୍ଧ ଭାବରେ ପୁନଃଅବସ୍ଥାପିତ ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ ତାଙ୍କୁ ଯୋଗଦାନ କରାଇଛନ୍ତି। ଶୈକ୍ଷିକ ବାତାବରଣକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ତାଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହାକୁ ପାଳନ କରି ସେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ କିଛି ମାସ ହେବ ତାଙ୍କୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡିଥିଲା। ତତ୍କାଳୀନ କଲେଜ ଅଧ୍ୟକ୍ଷଙ୍କ ସହ ବିବାଦ ପରଠାରୁ ତାଙ୍କୁ…

Read More

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ନିଷ୍କ୍ରିୟତା ଅଭିଯୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା କେସ୍ ନମ୍ବର ୨୧୮/୨୦୨୬କୁ ନେଇ ନୂଆ ମୋଡ଼ ଆସିଛି। ଘଟଣାରେ ଗୁରୁତର ଆହତ ହୋଇଥିବା କଣ୍ଟାବଣିଆ ଗ୍ରାମର ଗୋବିନ୍ଦ ମହାନ୍ତିଙ୍କ ପରିବାର ପକ୍ଷରୁ ପୋଲିସର ନିଷ୍କ୍ରିୟତା ଏବଂ ଚିକିତ୍ସାରେ ଅବହେଳା ନେଇ ଗୁରୁତର ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ୧୯ ଜୁନ୍ ୨୦୨୬ ଭୋର ସମୟରେ ଗୋବିନ୍ଦ ମହାନ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଲାଗୁଣ୍ଠୁଣି ତୋଟାରେ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ଏବଂ ପରବର୍ତ୍ତୀ ସମୟରେ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଅଭିଯୋଗ…

Read More

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରସାଦ ନାୟକଙ୍କ ବଡ଼ ସଫଳତା: ଅଲ୍ ଇଣ୍ଡିଆ ପିଜି ପ୍ରବେଶିକାରେ ଦ୍ୱିତୀୟ, ଜେଏନୟୁ ପାଇଁ ପ୍ରଥମ ସ୍ଥାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  ଆନୁକୂଲ୍ୟରେ ପରିଚାଳିତ ସର୍ବଭାରତୀୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ଛାତ୍ର ରୁଦ୍ର ପ୍ରସାଦ ନାୟକ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ମୋଟ ୨୫୧ ମାର୍କ ରଖିବା ସହ ଏହି ଫଳାଫଳ ଆଧାରରେ ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରେ ପ୍ରଥମ ରାଙ୍କ ସହ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରୁଦ୍ର ପ୍ରସାଦ ୨୦୨୫-୨୬ ଶିକ୍ଷାବର୍ଷରେ ନିଜ ବିଭାଗରେ ଶ୍ରେଷ୍ଠ ହେବା ସହ ମହାବିଦ୍ୟାଳୟର ସମଗ୍ର କଳା ସ୍ରୋତରେ ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଥିଲେ।ରୁଦ୍ରଙ୍କର ଏହି ଅସାଧାରଣ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଦର୍ଶନ ବିଭାଗର ମୁଖ୍ୟ ଡ.…

Read More

ଚମ୍ପାଗଡ ପଞ୍ଚାୟତରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ନୟାଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟର ଯାଞ୍ଚ ପାଇଁ ୨୪ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ ପଞ୍ଚାୟତରେ ମଧ୍ୟ ଏହି ପ୍ରକଳ୍ପକୁ ନେଇ ବ୍ୟାପକ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ସ୍ଥାପନ କରାଯାଇଥିବା ଅଧିକାଂଶ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ବର୍ତ୍ତମାନ ଅଚଳ ଅବସ୍ଥାରେ ରହିଛି। ଲାଇଟ୍ ସ୍ଥାପନର ପ୍ରାୟ ଏକ ମାସ ପରଠାରୁ ଅନେକ ଲାଇଟ୍ ବନ୍ଦ ପଡ଼ିଥିଲେ ମଧ୍ୟ ସେଗୁଡ଼ିକର ମରାମତି କିମ୍ବା ରକ୍ଷଣାବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଦାବି କରିଛନ୍ତି। ଏହାର ପରିଣାମ ସ୍ୱରୂପ ରାତି ସମୟରେ ଅନେକ ସ୍ଥାନ ଅନ୍ଧାରରେ ରହୁଥିବାରୁ ସାଧାରଣ ଲୋକ ବିଭିନ୍ନ ସମସ୍ୟାର…

Read More

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ: ସ୍ମୃତି ଚାରଣ ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଭବନ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଓଡ଼ିଆ ସାରସ୍ୱତ ଓ ନାଟ୍ୟ ସାହିତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଶିଳ୍ପୀ ନିଜ ଲେଖନୀ ମାଧ୍ୟମରେ ଗ୍ରାମୀଣ ଜୀବନର ସରଳତା, ପାରିବାରିକ ମୂଲ୍ୟବୋଧ, ସାମାଜିକ ସମସ୍ୟା ଓ ନିବିଡ଼ ମାନବୀୟ ସମ୍ପର୍କକୁ ମଞ୍ଚରେ ଜୀବନ୍ତ ରୂପ ଦେଇଥିଲେ। ତାଙ୍କ ନାଟକଗୁଡ଼ିକର ସରଳ…

Read More