ରଣପୁର: (ନୟାଗଡ ଦର୍ପଣ) ସାରା ଦେଶରେ କୋରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି l ମହାମାରୀର ଭୟାଭହତା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି l ମାତ୍ର ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ମଦର ଷ୍ଟାର ଟ୍ୟୁଟୋରିଆଲରେ ଦୁଇଜଣ ଶିକ୍ଷକ ଏହାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି l ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି l ଏକାଠି କରି ପିଲାଙ୍କୁ ପଢାଉଥିଲେ l ଥରେ ଚିନ୍ତା କଲେନି କୌଣସି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ହେଲେ କେତେ ଭୟଙ୍କର ହୋଇପାରେ ପରିଣାମ l ମହାମାରୀ ସମୟରେ ଚଳାଉଥିଲେ କୋଚିଂ l ପିଲାମାନଙ୍କୁ ପାଠ ପଢାଉଥିଲେ l ନାଁ ଥିଲା ସାମାଜିକ ଦୂରତା, ନାଁ ମୁହଁରେ ମାସ୍କ l ଖବର ପାଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ ଟିମ ମଦର ଷ୍ଟାର ଟ୍ୟୁଟୋରିଆଲ ଉପରେ ଚଢ଼ାଉ କରି ଦୁଇଜଣ ଶିକ୍ଷକଙ୍କୁ ପଚରାଉଚୁରା କରିଥିଲେ l କୋଭିଡ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି l ତଣ୍ଡ ଦେଇଥିବା ଶିକ୍ଷକ ହେଲେ ଜମ୍ବେଶ୍ବର ଜୁହାରସିଂ ଏବଂ ଦୁର୍ଯ୍ୟୋଧନ ବେହେରା l ପୁନର୍ବାର କୋଚିଂ କ୍ଲାସ ନ କରିବାକୁ ପୋଲିସ ଉଭୟଙ୍କୁ ତାଗିତ କରିଥିବା ଜଣାପଡିଛି l
Related posts
-
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
December 14, 2024 Jajati Comments Off on ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲାନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ... -
ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣ
December 8, 2024 Jajati Comments Off on ରଣପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୫ଜଣରଣପୁର, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ... -
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜସୁନାଖଳା ଠାରେ ୨୦୨୩-୨୫ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ସାମଗ୍ରୀକ ବିକାଶ...