ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ଼ ଜିଲ୍ଲା ବି.ଏଡ୍ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ପାଇଁ କ୍ୟାଡର ରୁଲ ତିଆରି କରିଛନ୍ତି । ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ବରିଷ୍ଠତାକୁ ଆଧାର କରି ପ୍ରମୋସନ ପାଇଁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଲେବୁଲ-୪ରୁ ଲେବୁଲ-୩ କୁ ପ୍ରମୋସନ ପାଇଁ ଜଣେ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏ ସମ୍ପର୍କରେ ୨୦୧୯-କ୍ୟାଡର ରୁଲ,ଏଲିମେଣ୍ଟାରି ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ନଂ-୧୦୬୮୬ ତା୦୬.୦୫.୨୦୨୩ ଏବଂ ସ୍ପଷ୍ଟିକରଣ ଚିଠି ନଂ ୧୧୬୬୫,ତା୧୫.୦୫.୨୦୨୩ରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ପ୍ରାଥମିକ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଦିନଠାରୁ ତାର ବରିଷ୍ଠତାକୁ ବିଚାରକୁ ନିଆଯିବ । ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗରେ ଉଚ୍ଚ ଯୋଗ୍ୟତା ହାସଲ ଦିନଠାରୁ ବରିଷ୍ଠତା ନିୟମ ପ୍ରଚଳିତ ଅଛି । ତେବେ ଜିଲ୍ଲାରେ ଅଧିକାଂଶ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସମୟରେ ସ୍ନାତକ ଡିଗ୍ରୀ ହାସଲ କରି ନଥିବା ବେଳେ ପରବର୍ତ୍ତି ସମୟରେ ଚାକିରୀକାଳ ମଧ୍ୟରେ ସ୍ନାତକ ହୋଇଛନ୍ତି । କ୍ୟାଡର ରୁଲ ଅନୁଯାୟୀ ଲେବୁଲ-୩ ପ୍ରମୋସନ ପାଇଁ ସ୍ନାତକ ଡିଗ୍ରୀ ବାଧ୍ୟତା ମୂଳକ ଅଟେ ଏବଂ ବରିଷ୍ଠତା ଭିତ୍ତିରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ହୋଇଥାଏ । ସରକାରଙ୍କ ପ୍ରଚଳିତ କ୍ୟାଡର ରୁଲରେ ଜଣେ ଶିକ୍ଷକ ସ୍ନାତକ ଡିଗ୍ରୀ ହାସଲ ଦିନଠାରୁ ବରିଷ୍ଠତାକୁ ଧରାଯାଏ । ମାତ୍ର ନିଯୁକ୍ତି ସମୟରେ ସ୍ନାତକ ନହୋଇ ପରବର୍ତ୍ତି ସମୟରେ ଯେନତେନ ପ୍ରକାରେଣ ସ୍ନାତକ ଡିଗ୍ରୀ ହାସଲ କରିଥିବା କିଛି ନ୍ୟସ୍ତସ୍ୱାର୍ଥ ଶିକ୍ଷକ ପମୋସନ ପାଇଁ ମୂଳ ନିଯୁକ୍ତି ତାରିଖଠାରୁ ବରିଷ୍ଠତା ଗଣନା କରାଯିବା ପାଇଁ ଯତ୍ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି । ଏହାକୁ ନୟାଗଡ଼ ଜିଲ୍ଲା ବି.ଏଡ୍ ଶିକ୍ଷକସଂଘ ଘୋର ବିରୋଧ କରିବା ସହିତ ୨୦୧୯ କ୍ୟାଡର ରୁଲ ଅନୁଯାୟୀ ସ୍ନାତକ ଡିଗ୍ରୀ ହାସଲ ଦିନଠାରୁ ବରିଷ୍ଠତା ଗଣନା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ସଂଘ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି ସଂଘ ସଭାପତି ପ୍ରଦୀପ କୁମାର ସାହୁ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Related posts
-
‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ
September 17, 2025 Jajati Comments Off on ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର... -
ନୟାଗଡ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭ
June 12, 2025 Jajati Comments Off on ନୟାଗଡ ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଓ ରଥର ଶୁଭାରମ୍ଭନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ନୟାଗଡଙ୍କ... -
ନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ
June 5, 2025 Jajati Comments Off on ନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ...