ରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି

ରଣପୁର, (ନୟାଗଡ଼ ଦର୍ପଣ): ନାକିଠଣା ସ୍ଥିତ ରାମ ମନ୍ଦିର ଠାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ନରସିଂହପୁର ଗ୍ରାମ ପଞ୍ଚାୟତ ସ୍ଥିତ ଶିବ ମନ୍ଦିର ଠାରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିକଶିତ ଓଡିଶା ନିର୍ମାଣର ସଂକଳ୍ପକୁ ଆଗେଇନେବାର ପ୍ରୟାସ ସ୍ଵରୂପ ଗତ ଦୁଇ ବର୍ଷ ଧରି ଜାରି ରହିଛି ବିକାଶର ଧାରା ଓଡିଶା ସାରା ।ଏହି ଅବସରରେ ଚମ୍ପାପେଡ଼ି ଗ୍ରାମପଞ୍ଚାୟତଠାରେ ଅନୁଷ୍ଠିତ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ସାମିଲ ହୋଇ ପ୍ରକୃତିର ସୁରକ୍ଷା ଏବଂ ସବୁଜ ବନାନୀ ସୃଷ୍ଟି କରିବା ପାଇଁ ଉପସ୍ଥିତ ସ୍ଥାନୀୟ ନେତୃବୃନ୍ଦ ତଥା ଜନସାଧାରଣଙ୍କ ସହ ମିଳିତ ରୂପେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି। ଏହି ଅବସରରେ ବିଜେପି ଜିଲ୍ଲା ଉପ ସଭାପତି ନିର୍ମଳ କୁମାର…

Read More