ପୋଲିସ-ଜନତା ନିକିତିର ଦୁଇ ପାର୍ଶ୍ବ

       ଲେଖକ –  ଦିଲ୍ଲୀପ କୁମାର ସାହାଣୀ

ରେଳ ଗାଡ଼ିର ଦ୍ବିତୀୟ ଶ୍ରେଣୀ ପ୍ରକୋଷ୍ଠରେ ପରଷ୍ପରକୁ ପାଖାପାଖି ବସିଥିଲୁ । ରାତିର ଘନତ୍ବ କ୍ରମଶଃ ବୃଦ୍ଧି ହେବାରେ ଲାଗିଥାଏ। ବୋଧହୁଏ ରାତି ସେତେବେଳେ ଦୁଇଟା ବାଜି ସାରିଥିଲା। ଆଉ ମାତ୍ର ଏକ ଘଣ୍ଟା ପରେ ଅର୍ଥାତ ତିନିଟା ବେଳେ ଗୟାରେ ପହଞ୍ଚି ଯିବ। ବିଶ୍ବମ୍ବର ମାତ୍ରାଧିକ ନିକଟକୁ ଘୁଞ୍ଚି ଆସିଲା। ତା ଆଖି ଡୋଳା ଦୁଇଟି ଛଳଛଳ ଲାଗୁଥିଲା। କୌଣସି କାରଣରୁ ସେ ଭୟଭୀତ ହେବାପରି ମୋତେ ପ୍ରତୀତ ହେଉଥିଲା। ମୁଁ ପ୍ରଶ୍ନ କଲି, ତୁମର ଦେହ ଠିକ ଅଛି ନା ବିଶ୍ବମ୍ବର?
        ସେ ଉତ୍ତର ଦେଲା  ଠିକ ଅଛି ଯେ ସାର୍ଟ୍ଟ.
         ଆରେ କହୁନ ଘର କଥା ମନେ ପଡୁଛି କି? 
         ସାର ଆସିବା ଆଗରୁ ଯାହା ଶୁଣି ଥିଲିଟ୍ଟ.
         ପୁନଶ୍ଚ ପଚାରିଲି, କ\’ଣ ଶୁଣି ଥିଲ ?
         ସାର୍ ଏତେ ରାତିରେ ଗୟାଭଳି ସହରରେ କେଉଁଠିକି ଯିବା। ଏଠାକାର ପୋଲିସବି କୁଆଡେ ଅପରାଧୀ ମାନଙ୍କର ଘନିଷ୍ଠ ବନ୍ଧୁ । ତାଙ୍କୁ ସହଜରେ ବିଶ୍ବାସ କରିବା ଆମ ପାଇଁ ନିରାପଦ ନୁହେଁ। ତେବେ ରାତିଟା କେଉଁଠି ରହିବା ସେହି ଚିନ୍ତାରେ ମୋ ମନରେ ଟିକିଏ ଭୟ ଆସି ଯାଇଛି ସାର୍।
         ମୁଁ ବି ସେୟା ଶୁଣି ଥିଲି ହେଲେ ବିଶ୍ବମ୍ବର କଥାକୁ ସମର୍ଥନ ଦେବାମାନେ ଆମେ ଗୟା ନଯାଇ ଫେରିଯିବାକୁ ହେବ ନିଜ ରାଜ୍ୟକୁ । ମୁଁ ନିଜକୁ ଦୃଢ଼ କରି ଆତ୍ମବିଶ୍ବାସର ସହିତ କହିଲି- ବୁଝିଲ ବିଶ୍ବମ୍ବର, ସବୁ ଭୟମାନଙ୍କର  ଭୟ ହେଉଛି ପୋଲିସ। ଆଉ ତୁମେ ପରା ନିଜେ ଜଣେ ପୋଲିସ!! ଦେଖିବ ସବୁ ଭୟ ତୁମ ପାଖରେ ହାର ମାନିବ। ଏଥର ଓହ୍ଲାଅ ଗୟା ଆସିଗଲା। 
         ଭୟ ପାଇଁ ଅବକାଶ ନ ଥିଲା ବିଶ୍ବମ୍ବର ପାଖରେ କେବଳ ଆଗାମୀ ପରିସ୍ଥିତିର ସାମନା କରିବା ଛଡା।
          ଅଟୋ ରିକ୍ସାରେ ନିରବରେ ବସିଥିଲା ବିଶ୍ବମ୍ବର। ତାର ବସିବା ଭଙ୍ଗିରୁ ମୁଁ ଅନୁମାନ କରୁଥିଲି ଏବେବି ଭୟ ଓ ଆଶଙ୍କା ତା ମନରେ ରାଜୁତି କରୁଥିଲା। ବାସ୍ ମାତ୍ର ଦଶ ମିନିଟ ପରେ ରିକ୍ସା ଡ୍ରାଇଭର ଅଟୋରିକ୍ସାର ଗତିରୋଧ କରି କହିଲା,\” ଉତାରିଏ ସାବ୍ ୟେଇ ଲାଲବାଗ ପୋଲିସ ଷ୍ଟେସନ ହୈ।\”
         ଆମେ ଥାନା ଭିତରେ ପ୍ରବେଶ କଲୁ। ରାତି ତଥାପି ବାକି ଥିଲା ଦୁଇ ଘଣ୍ଟା। ଥାନା ଭିତରେ ସାଧା ପୋଷାକଧାରି ଲୋକଟି ଦୃଷ୍ଟି ଗୋଚର ହେଲା। ପଚାରିଲି ,ଆପ୍ ଡ୍ୟୁଟିପେ ହୈ? 
         \” ହାଁ ଜୀ , ବୋଲିଏ କ୍ୟା କାମ୍ ହୈ? \” ସେପାଲଟା ପ୍ରଶ୍ନ କଲା। ମୋତେ ଲାଗିଲା ଲୋକଟି ଜଣେ କନେଷ୍ଟବଳ। ମୁଁ ପୁନଶ୍ଚ ପ୍ରଶ୍ନ କଲି , ଆପକା ଡ୍ୟୁଟି ଅଫିସରକୋ ବୁଲାଓ। ସେ ସଙ୍ଗେ ସଙ୍ଗେ  ରେଷ୍ଟରୁମରେ ଥିବା ଅଫିସର ଙ୍କୁ ଖବର ଦେଲା। ଅଫିସର ବି ସାଧା ପୋଷାକରେ ଥିଲେ। ମୋତେ ଦେଖି ସେ ପ୍ରଶ୍ନ କଲେ, \”ହାଁ ଜୀ ବୋଲିଏ।\”
          ହିନ୍ଦି ଭଲରେ ଆସୁ ନ ଥିଲେବି ବାହାରେ ଚଳିବା ପାଇଁ ତାହା କାଫି ଥିଲା। ଯେଉଁଠି ହିନ୍ଦି କହିବା କମଜୋରି ଲାଗେ ସେଇଠି ଇଂରାଜୀର ବ୍ୟବହାର କରେ। ମୋର ହୃଦବୋଧ ହଲାଯେ ହିନ୍ଦି ଭାଷୀ ଲୋକମାନେ ଇଂରାଜୀ କହିବାରେ ଟିକିଏ ଦୁର୍ବଳ ଥାନ୍ତି। ସେମାନଙ୍କୁ ନିଜ ଅକ୍ତିଆରକୁ ଆଣିବାକୁ ହେଲେ ଇଂରାଜୀରେ କଥାହେବା ଉଚିତ। ତେଣୁ ଇଂରାଜୀରେ ମୋ ପରିଚୟ ଦେଇ କହିଲି , ଆଇ ଆମ୍ ଇନ୍ସପେକ୍ଟର କ୍ରାଇମବ୍ରାଞ୍ଚ।
          ଅଫିସର ଜଣକ ମୋ ପରିଚୟ ଜାଣିବା ପରେ ମୋତେ ବହୁତ ସମ୍ମାନ ଜଣାଇ ହାତ ପାହାନ୍ତାରେ ଥିବା ଚେୟାର ଟାଣି ଆଣି ବସିବା ପାଇଁ ଅନୁରୋଧ କଲା। ଅବେଳ ହେଲେ ବି କନେଷ୍ଟବଳକୁ ନିକଟସ୍ଥ ଚା\’ ଦୋକାନରୁ ଚା\’ ମଗାଇ ପିଇବାକୁ ଦେଇ ସନ୍ତର୍ପଣରେ ପଚାରିଲା, \”କ୍ୟା ସେବା କରସକ୍ତା ହୁଁ?\”
           ମୁଁ ଜାଣିବାକୁ ଚାହିଁଲି ଆମ ରହିବା ପାଇଁ କଣ ବ୍ୟବସ୍ଥା ହେଇପାରିବ କି?
            ସେ ମୋତେ କହିଲା ସାର୍ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ କହି ନିଜେ ଗାଡ଼ି ନେଇ ବାହାରି ଗଲା ବାହାରକୁ। ମାତ୍ର ପାଞ୍ଚ ଦଶ ମିନିଟ ମଧ୍ୟରେ ଫେରି ଆସି କହିଲା, ସାର ଆସନ୍ତୃ ଯିବା । ସେ ଆମକୁ ନେଇ ଗଲା ଫାଲଗୁନି ନଈ କୂଳେ ଏକ ସୁନ୍ଦର ଦାମୀ ହୋଟେଲକୁ।  ହୋଟେଲ ମ୍ୟାନେଜର କୁ ଚେତାବନୀ ଦେଇ କହିଲା\’ \” ସାବ୍ ଜୀ ଜିତନା ଦିନତକ ରହେଙ୍ଗେ କୋଇ ତକଲିଫ୍ ନୈହିଁ ହୋନା ଚାହିୟେ ।\” ଦୀର୍ଘ ସାତଦିନ ବିନା ପେମେଣ୍ଟରେ ସେଠାରେ ରହିଲୁ।
          ପରଦିନ ସକାଳେ ଗୟା ସହରର ଡିସିପିଙ୍କୁ ସାକ୍ଷାତ କରି ମୋ ଅଥୋରିଟି ଓ ଉଦ୍ଦେଶ୍ୟ ଜଣାଇବା ପରେ ମୋର ସବୁ ବନ୍ଦୋବସ୍ତ ସେ କରିଦେଲେ।
          ସକାଳେ ବିଶ୍ବମ୍ବର ମୁହଁରେ ସାମାନ୍ୟ ଆତ୍ମବିଶ୍ବାସ ର ଝଲକ ଦେଖି ପାରିଲି। ତାପରେ ଆମେ ବାହାରିଲୁ ଢୋବି ପୋଲିସ ଷ୍ଟେସନ ଅଭିମୁଖେ। 
           ଆଇ ଏମ ସୋ ଏଣ୍ଡ ସୋ ବୋଲି ପରିଚୟ ଦେବାପରେ ଷ୍ଟେସନ ଇନଚାର‌୍ୟ୍ୟ ଅଫିସର ମୋତେ ସମ୍ମାନ ଜଣାଇବାରେ ଭୁଲିନଥିଲେ। ମୋର ଉଦ୍ଦେଶ୍ୟ ଅବଗତ ହେବା ପରେ ସେ ନିଜେ ମୋ ସହିତ ପୋଲିସ ଫୋର୍ସ ନେଇ ଯିବାକୁ ଇଚ୍ଛା ପ୍ରକାଶ କଲେ।
          ଆମେ ଏକ ନିର୍ଦ୍ଧିଷ୍ଟ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ସେ ଗାଁକୁ ଯିବା ପାଇଁ ଏକ କେନାଲ ପ୍ରତିବନ୍ଧକ ହେଲା। ପୋଲିସ ଗାଡ଼ି କେନାଲ ଡେଇଁ ଯାଇ ନ ପାରିବାରୁ ସମସ୍ତେ ପ୍ରାୟ ଏକ କି.ମି. ରାସ୍ତା ବିଲମାଳ ହୁଡା ଉପରେ ଚାଲି ଚାଲି ସେଇ ଗାଁରେ ପହଞ୍ଚିଲୁ। ଆଶ୍ଚର‌୍ୟ୍ୟର କଥା ଏହିଯେ ସେଇ ଗାଁଟା ଥିଲା ଜନ ମାନବ ଶୂନ୍ୟ। ଅନେକ ଖୋଜା ଖୋଜି କରି ବା ପରେ ଜଣେ ଶାରୀରିକ ଅସମର୍ଥ ବ୍ୟକ୍ତିଙ୍କୁ ଖୋଜି ବାହାର କଲୁ। ସେହି ବ୍ୟକ୍ତି ସହିତ କିଛି ସମୟ କଥାବାର୍ତ୍ତା କରିବା ସମୟରେ ଆଉ ଜଣେ ଦୁଇ ଜଣ ଲୋକଙ୍କର ଦୃଶ୍ୟମାନ ହେଲା। ସେମାନେ ଆମକୁ ବସିବା ପାଇଁ ଗୋଟିଏ ଦଉଡିଆ ଖଟ ଆଣି ବସିବାକୁ କହିଲେ । ମୋର କାର‌୍ୟ୍ୟ ସମାପନ ହେଲା ବେଳକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଲା। ଗ୍ରାମର ସମୁଦାୟ ଲୋକ କେଉଁଠି ଥିଲେ କେଜାଣି ଆମର ଗ୍ରାମରେ ରହଣୀ ଅବଧି ମଧ୍ୟରେ ପ୍ରାୟ  ୩୦୦ରୁ ଉର୍ଦ୍ଧ୍ଵ ଲୋକ  ସେ ସ୍ଥାନରେ ଆସି ଉପସ୍ଥିତ ହେଇଗଲେ। ପ୍ରତ୍ୟେକଙ୍କ ହାତରେ ଥିଲା କିଛି ନା କିଛି ମିଷ୍ଟାନ୍ନ ଖାଦ୍ୟ। ମୁଁ ବସିଥିବା ଖଟିଆ ଚତୁଃପାର୍ଶ୍ବରେ ଅସଂଖ୍ୟ ଦଉଡ଼ିଆ ଖଟ ଓ ତା\’ ଉପରେ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ଖାଦ୍ୟ ପସରା। ଆମର ସାତ ଆଠଜଣ ପୋଲିସ ଟିମକୁ ସେମାନେ ଖାଇବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ। ପ୍ରଚୁର ଉତ୍ସାହର ସହିତ ଗ୍ରାମବାସୀ ଆମକୁ ସାହାଯ୍ୟ କରୁଥିଲେ। 
              ମୋର ସେ ଗାଁକୁ ଯାତ୍ରା ଥିଲା ଗୋଟିଏ ହତ୍ୟା ଅପରାଧୀକୁ ଗିରଫ ଏବଂ ତା\’ ଘର ତଲାସି କରିବା। ତା\’ ଘର କହିଲେ କିଛି ଅନାବନା ଋତୁକାଳୀନ ଗୁଳ୍ମରେ ଭରପୁର ଏକ ମାଟିର ସ୍ତୁପ। ସେ ଥିଲା ଦୀର୍ଘ ଦିନରୁ ଗାଁ ଛାଡି ଥିବା ଏକ ବାରବୁଲା। ଗାଁ ମଣିଷ ମାନଙ୍କ ପାଖରେ ନ ଥିଲା ତା\’ର ସ୍ପଷ୍ଟ ଛବି। ସେମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ମୋର ମୁଖ୍ୟ କାର‌୍ୟ୍ୟ ସମ୍ପାଦନା ହେଇ ସାରିଥିଲା ଅନେକ ବେଳୁ। ମୁଁ କେବଳ ବନ୍ଧା ହୋଇଥିଲି ଗାଁ ଲୋକମାନଙ୍କ ସ୍ନେହ ମମତାର ଡୋରିରେ। ଦୀର୍ଘ ଦୁଇ ଘଣ୍ଟ ଅତିବାହିତ କରିଥିଲି ଗାଁର କୋଳରେ ସରଳ ଗ୍ରାମବାସୀଙ୍କ ନିର୍ମଳ ହୃଦୟରେ।
          ଗାଁ ଛାଡିଲା ବେଳକୁ ଅପରାହ୍ନ ପ୍ରାୟ ୩ଟା। ଇଛା ହେଉଥିଲା ଅନ୍ତତଃ ସେଇ ରାତି ଖଣ୍ଡକ ରହି ଯାଆନ୍ତିକି ଗାଁ ମାଟିର ପାଣି ପବନରେ ! ଶୋଇ ଯାଆନ୍ତି କି ସରଳ ଗ୍ରାମବାସୀଙ୍କ ନିର୍ମଳ ହୃଦୟରେ !! ଏମିତି ଏକ ଉଦାସ ଓ ଭରାକ୍ରାନ୍ତ ମନରେ କେତେ ବେଳେ ମୁଁ ସେଇ ବିଲମାଳ ର ଛାତି ଉପରେ ମୋ ବାହୁଡା ଯାତ୍ରା ଆରମ୍ଭ କରିସାରି ଥିଲି। ତିନିଶହ ଗ୍ରାମବାସୀଙ୍କ ପ୍ରେମର ଢେଉରେ ଦୋହଲି ଦୋହଲି କେନାଲ ଆରପାରିରେ ଅପେକ୍ଷା ରତ ପୋଲିସ ଜିପ୍ ପାଖରେ କେତେବେଳେ ପହଞ୍ଚି ଗଲି ଜାଣି ପାରି ନଥିଲି। ଧିରେ ଧିରେ ଜିପ ଗତିଶୀଳ ହେଉଥାଏ। ଏହାର ଦୁଇ ପାର୍ଶ୍ବରେ ଧାଡ଼ି ବାନ୍ଧି ଠିଆ ହୋଇ ହାତ ହଲାଇ ବିଦାୟ କାଳୀନ ଶୁଭ ମନାସୁ ଥିଲେ ଗ୍ରାମବାସୀ । ମୁଁ ଆତ୍ମବିଭୋର ହୋଇ ଉଠୁଥିଲି। ଆଖି ମୋର  ଛଳଛଳ ହୋଇ ଯାଇଥିଲା । ଆଖିରୁ ଟୋପାଏ ଲୁହବି  ଖସିପଡିଥିଲା ମୋ ଅଜାଣତରେ। ଏଥିଲା ମୋର ଆନନ୍ଦାଶ୍ରୁ। ଗ୍ରାମବାସୀଙ୍କ ମୁହଁ ଅଦୃଶ୍ୟ ହେବା ପରେ ଶେଷଥର ପାଇଁ  ଅସ୍ତଗାମୀ ଗାଁରଦୃଶ୍ୟ ଅବଲୋକନ କଲି। ଏ ଥିଲା ମୋ ଜୀବନର ଅଭୁଲା ସ୍ମୃତି।
            ଭରାକ୍ରାନ୍ତ ଓ ଅବସାଦ ମନରେ କିଛି ମୁହୂର୍ତ୍ତ ପାଇଁ ନିଜସ୍ବ ସ୍ଥିତି ଭୁଲି ଯାଇଥିଲି। \” ସାର୍ ଏକ ବାତ୍ ପୁଛୁଁ \” -ହଠାତ ଷ୍ଟେସନ ଇନଚାର‌୍ୟ୍ୟ ଅଫିସର ମୋ ଅନୁମତି ଇଛା କଲେ। 
ପୁଛିଏ- ମୁଁ ସମ୍ମତି ଜଣାଇଲି।
             ତାଙ୍କ ପ୍ରଶ୍ନର ସାରାଂଶ ଏହି ପରି- 
             \” ସାର୍ ମୁଁ ଆଜି ଏକ ଅଜବ ଦୃଶ୍ୟ ଦେଖିବାର ସୁଯୋଗ ପାଇଲି। ଆମ ପୋଲିସ ଟିମ୍ ଯେବେ ଗାଁ ଭିତରକୁ ଆସେ କୌଣସି ଦିନ ଗୋଟିଏ ବି ନାରୀ କିମ୍ବା ପୁରୁଷ ଲୋକଙ୍କୁ ଦେଖି ବାକୁ ମିଳେନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ଆଜି ପୁରା ଗ୍ରାମବାସୀ ଦୀର୍ଘ ଦୁଇ ଘଣ୍ଟା କାଳ ଆମ ସହିତ ରହି ଆମକୁ ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ଏକ କି.ମି. ରାସ୍ତା ଆମସହିତ ଚାଲି ଚାଲି ଆସି ଯେଉଁ ଭଳି ଭାବରେ ବିଦାୟ ସମ୍ବର୍ଦ୍ଧନା ଦେଲେ ତାହା ମୋ ପାଇଁ ତ ନିଶ୍ଚୟ ଆଶ୍ଚର‌୍ୟ୍ୟ ତଥା ବିରଳ ଏହା ସାରା ବିହାର ରାଜ୍ୟରେ ବି ବିରଳ। କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ବି ଏଭଳି ଦୁର୍ଲ୍ଲଭ ବିଦାୟ ସମ୍ବର୍ଦ୍ଧନା ଦେବା ମୋ ସ୍ମୃତି ରେ ନାହିଁ। ଏହା ଆପଣଙ୍କ ପକ୍ଷେ କିଭଳି ସମ୍ଭବ ହେଲା ? \”
             ମୁଁ ବୁଝାଇବାକୁ ଚେଷ୍ଟା କଲି। ଆପଣମାନେ ପୋଲିସ। ଯେଉଁଠି ଠିଆ ହେଲେବି ପୋଲିସ। ବାସ୍ତବ ଜୀବନରେ କର୍ତ୍ତବ୍ୟ ସମ୍ପାଦନା କଲାବଳେ ସମାଜର ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ସ୍ଥାନରେ କାର‌୍ୟ୍ୟ କରିବାକୁ ପଡେ । ଏଇ ଭିନ୍ନ ଭିନ୍ନ ସ୍ଥାନ ହେଉଛି ଗୋଟିଏ ଗୋଟିଏ  ରଙ୍ଗମଞ୍ଚ। ସ୍ଥାନ, କାଳ ଓ ପରିସ୍ଥିତିକୁ ଅନୁଧ୍ୟାନ କରି କର୍ତ୍ତବ୍ୟ ସମ୍ପାଦନା କରିବା ପୋଲିସ ର କାମ। କର୍ତ୍ତବ୍ୟ ସମ୍ପାଦନା କରିବା ଅର୍ଥ ଅଭିନୟ କରିବା। ପୋଲିସକୁ ଭିନ୍ନ ଭିନ୍ନ ରଙ୍ଗମଞ୍ଚରେ ବାସ୍ତବ ଅଭିନୟ କରିବାକୁ ପଡିବ। କିନ୍ତୁ ଆପଣମାନେ ସବୁ ସ୍ଥାନରେ ଅର୍ଥାତ ରଙ୍ଗମଞ୍ଚରେ ଏକପ୍ରକାର ଅଭିନୟ କରୁଛନ୍ତି। ଥାନାରେ ଯେଉଁ ଭଳି ବ୍ୟବହାର ଦେଖାଉଛନ୍ତି ବାହାରେ ଠିକ ସେଭଳି ବ୍ୟବହାର ଦେଖାଉଛନ୍ତି। ମନେ ରଖିବାକୁ ହେବ ଯେ ଯେତେବେଳେ ଆପଣମାନେ ଗାଁ ଭିତରକୁ ଯାଆନ୍ତି କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଆନ୍ତି ଆପଣଙ୍କୁ ସେଇ ଗ୍ରାମର କିମ୍ବା ସର୍ବସାଧାରଣ ସ୍ଥାନର ଜଣେ ସଭ୍ୟ ଭାବରେ ବିବେଚନା କରିବାକୁ ହେବ। ନିଜର ଇଗୋ ପରିହାର କରି ସେମାନଙ୍କ ସହିତ ଭାତୃଭାବ ଦେଖାଇବାକୁ ହେବ। ଆପଣଙ୍କ ପଦ ମର‌୍ୟ୍ୟାଦା ଭୁଲି ଯିବାକୁ ହେବ କାରଣ ଆପଣ ହେଉଛନ୍ତି ଜନତାଙ୍କ ସେବକ । ଦେଖିବେ ସେମାନେ ଆପଣଙ୍କୁ ମନପ୍ରାଣ ଦେଇ ସହଯୋଗ କରିବେ ଯାହା ଆଜି ଆପଣ ନିଜ ଆଖିରେ ଦେଖିଲେ। ସର୍ବୋପରି ପୋଲିସ ତା ବ୍ୟବହାରକୁ ଲୋକାଭିମୁଖୀ କରିବାକୁ ହେବ।
                \”ସାବ୍ ଜୀ ୟେତ ବଡା ଆଛା ବାତ୍ ହୈ ମଗର ବାସ୍ତବମେ ଏତନା ଆସାନ ନୈ ହୈ। ମୈ ଜରୁର କୋଶିସ୍ କରୁଙ୍ଗା।\” ଏତିକି ବେଳେ ଜିପ୍ ଢୋବି ପୋଲିସ ଷ୍ଟେସନ ରେ ପହଞ୍ଚି ସାରି ଥିଲା।
                 ଫାଲଗୁନି ନଦୀ, ବିଷ୍ଣୁପଦ ମନ୍ଦିର, ବୁଦ୍ଧଗୟା ବୌଦ୍ଧ ମନ୍ଦିର, ଓ ଅନେକ ଦର୍ଶନୀୟ ସ୍ଥାନ ଭ୍ରମଣ ପରେ ଛଅ ଦିନ ଗୟା ରହଣୀର ଅବସାନ ଘଟିଥିଲା । ଘରବାହୁଡା ରେଳଗାଡି ଖୁବ ଦ୍ରୁତ ବେଗରେ କେଉଁ ଏକ ପୋଲ ଉପରେ ଦୌଡୁଥିଲା । ରେଳଗାଡିର ଗୁରୁ ଗର୍ଜନ ଶାନ୍ତ ହେବାପରେ ବିଶ୍ବମ୍ବର ମୁହଁକୁ ଲକ୍ଷ୍ୟ କଲି। ତା\’ ମୁହଁରେ ଖୁସିର ଭାବ ସ୍ପଷ୍ଟ ବାରି ହେଉଥିଲେ ବି ଆଖି ଟା ଇଙ୍ଗିତ କରୁଥିଲା କିଛି ଜିଗ୍ୟାଂସା ର ପ୍ରଶ୍ନ। ପଚାରିଲି, କିଛି କହିବାକୁ ଚାହୁଁଛ ବିଶ୍ବମ୍ବର? ଆଉ କିଛି ଆଶଙ୍କା ରହିଲାକି ତୁମ ମନରେ?
               ସେ କହିଲା ସାର୍ ମୋ ପଚିଶ ବର୍ଷର ଚାକିରି କାଳରେ ଏଭଳି ଅନୁଭୂତି ମୋ ପାଇଁ  ବିରଳ। ମୋ ନିଜ ରାଜ୍ୟରେ ବି ମୋ ପୋଲିସ ଭାଇ ତଥା ସାଧାରଣ ଜନତାଙ୍କ ପାଖରୁ ଏପରି ସହଯୋଗ ପାଇ ନ ଥିଲି। ସତ କହିବି ସାର୍ ଆପଣଙ୍କ କଥାରେ ଓ ବ୍ୟବହାରରେ ମଣିଷକୁ ସମ୍ମୋହନ କରିବାର ଶକ୍ତି ରହିଛି। ମୋର ଦୃଢ଼ ବିଶ୍ୱାସ ଯେ ଆପଣଙ୍କ ପରି ଅଫିସର ଯଦି ଆମ ବିଭାଗରେ ଆହୁରି କିଛି ସୃଷ୍ଟି ହୋଇ ପାରନ୍ତା ସମାଜରୁ ଅପରାଧ ନିଶ୍ଚୟ ଦୂର ହୋଇ ପାରନ୍ତା !!!
                 ସମାଜ ଭଲ ମନ୍ଦର ଏକ ମିଶ୍ରଣ। ସର୍ବକାଳେ ତା\’ ସ୍ଥିତି ଅପରିଵର୍ତ୍ତୀତ। ତା\’କୁ ନିୟନ୍ତ୍ରଣ କରିବା ଦାୟିତ୍ୱ ଆମେ ବହନ କରିଛେ। ଆମେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ସମାଜରେ ଅପରାଧ ନିୟନ୍ତ୍ରଣ ହୋଇପାରିବ।
                  ଯାହା କୁହନ୍ତୁ ସାର୍ ଆମର ଏଇ ଅଭିଯାନ ମୋର ଚିରକାଳ ମନେ ରହିବ।
                   ଖାଲି ତୁମର ନୁହଁ ବିଶ୍ବମ୍ବର ମୋ ଜୀବନରେ ବି ଏକ ଅଲିଭା ସ୍ମୃତି ହୋଇ ରହିବ।
                    ପ୍ରକୃତରେ ଗସ୍ତ କରିବା ପୂର୍ବରୁ ମୋ ଶୁଣିଥିବା ଆଶଙ୍କାକୁ ଆପଣ ଭୁଲ ପ୍ରମାଣିତ କରିଦେଲେ ସାର୍ ।
                   ଶୁଣିଲି ବିଶ୍ବମ୍ବର ମାସେ କାଳ ପୂଲିସ ମୂଖ୍ୟାଳୟରେ  ସବୁ ବିଭାଗରେ ବୁଲି ବୁଲି ତା\’ ଅନୁଭୂତି ବଖାଣି ଥିଲା

ପୂର୍ବତନ ଆରକ୍ଷୀ ଅଧୀକ୍ଷକ, ନୟାଗଡ଼
ମୋ- ୯୪୩୭୮୭୩୫୦୬

Related posts