ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆସନ୍ତା ତା ୦୧.୦୪.୨୦୨୩ ରିଖ ଦିନ ନୋତର କଲ୍ୟାଣ ମଣ୍ଡପଠାରେ ଉତ୍କଳ ଦିବସ ସମାରୋହ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡଃ. ଅରୁଣ ସାହୁ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ମୁକ୍ତା ଯୋଜନା ଉପଦେଷ୍ଟା ତଥା ସମାଜସେବୀ ମୀରା ପରିଡ଼ା , ବ୍ୟଙ୍ଗକବି ତଥା ସାହିତ୍ୟିକ ଆର୍ତ୍ତତ୍ରାଣ ପ୍ରଧାନ, ସାମ୍ବାଦିକ ତଥା ସମାଜସେବୀ ରଜତ କୁମାର ପଟ୍ଟନାୟକ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ରବୀନ୍ଦ୍ର ଜେନା ଅତିଥି ଭାବେ ଯୋଗ ଦେବାର ସୂଚନା ରହିଛି। ଆସନ୍ତା ତା ୨୮.୦୩.୨୦୨୩ ରିଖ ମଙ୍ଗଳ ବାର ଦିନ ନୋତର କଲ୍ୟାଣ ମଣ୍ଡପ ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା କରାଯିବ। ସେଇଭଳି ତା ୨୯.୦୩.୨୦୨୩ ରିଖ ବୁଧ ବାର ଦିନ ଇନସ୍ପାୟାର୍ କଲେଜ୍ ଠାରେ ବକ୍ତୃତା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା କରାଯିବ। ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍କଳ ଦିବସ ଉତ୍ସବରେ ମଞ୍ଚାସୀନ ଅତିଥିମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଯିବ। ଉକ୍ତ ସମାରୋହରେ ନୟାଗଡ଼ର କବି ମାନଙ୍କୁ ନେଇ କବିତା ପାଠ କରାଯିବା ସହ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ସୂଚନା ମଧ୍ୟ ରହିଛି।
ଉତ୍କଳ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ
