ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ଭବନ ଉଦଘାଟନ ସମାରୋହ।

ନୟାଗଡ଼,( ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ସନ୍ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ୱ ଭବନ ଉଦ୍ଘାଟନ ସମାରୋହ ଉତ୍ସବ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ଉଦ୍ଘାଟକ ଭାବେ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠର ଅଧ୍ୟକ୍ଷ ଶ୍ରୀମଦ୍ ସ୍ୱାମୀ ଆତ୍ମପ୍ରଭାନନ୍ଦଜୀ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ମାନ୍ୟବର ବିଧାୟକ ଡ. ଅରୁଣ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ,ମୁଖ୍ୟବକ୍ତା ଭାବେ ରାମକୃଷ୍ଣ ମିଶନ, ହାଟମୁନିଗୁଡାର ସନ୍ଯାସୀ ଶ୍ରୀମଦ୍ ସ୍ୱାମୀ ପ୍ରଭୁବରାନନ୍ଦଜୀ ମହରାଜ, ସମ୍ମାନିତ ଅତିଥି ଭାବେ ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର ଓ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।

ବିଦ୍ଯାଳୟର ସଭାପତି ଡକ୍ଟର ସଦାଶିବ ବିଶ୍ବାଳଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା। ସଂପାଦକ ଶ୍ରୀଯୁକ୍ତ ସାହୁ ବିଦ୍ଯାଳୟ ନିର୍ମାଣ କାହାଣୀ ବର୍ଣ୍ଣନା କରିବା ସହିତ ବିଦ୍ଯାଳୟର ସାଢେ ତିନି ଏକର ଜମି କ୍ରୟ ବିଷୟ ରେ ସୂଚନା ଦେଇଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ତମ ମଣିଷ ହୋଇ ଯୁଗନିର୍ମାଣରେ ବ୍ରତୀ ହେବା ସହ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଅତିଥି ମାନେ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନେ କିପରି ମାନସିକ,ବୌଦ୍ଧିକ ,ଆଧ୍ୟାତ୍ମିକ ଓ ଶାରୀରିକ କ୍ଷେତ୍ରରେ ସୁସଙ୍ଗଠିତ ହୋଇ ଦେଶସେବାରେ ବ୍ରତୀ ହୋଇ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବେ ସେଥିପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ବିଦ୍ୟାଳୟରେ ସ୍ଥାପିତ ପାଞ୍ଚ ଜଣ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଅନାବରଣ ହୋଇ ଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ ବିଦ୍ଯାଳୟ କୁ ଭୂମି ଦାନ କରିଥିବା ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ଯାପକ ପ୍ରସନ୍ନ କୁମାର ବସନ୍ତିଆ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା।

Related posts