ଦିବାରାତ୍ର ଭଳିବଲ ଟୁର୍ଣ୍ଣାମେଣ୍ଟରେ କେସି କ୍ଲବ ବିଜୟୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ୭ମ ତମ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେ.ସି.କ୍ଲବ ବିଜୟ ଲାଭ କରି ୫ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି। ସୁଚନାନୁସାରେ ନୟାଗଡ଼ କେ.ସି.କ୍ଲବ ପରିସରରେ ଦୁଇ ଦିନ ଧରି ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା।

ଏଥିରେ ଖଣ୍ଡପଡ଼ା, ଭାପୁର, ବାଇଗୁଣିଆ, ଗଡ଼ବାଣିକିଲୋ, ମାଣିକାଗୋଡ଼ା, ବେଗୁନିଆ ଓ କେ.ସି.କ୍ଲବ ସମେତ ୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ମିଶ୍ର, ରମାକାନ୍ତ ମିଶ୍ର ଓ ଅଧ୍ୟାପକ ଏସ.କେ.ଇସୁବ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେ.ସି.କ୍ଲବ ବନାମ ଗଡ଼ବାଣିକିଲୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ କେ.ସି.କ୍ଲବ ବିଜୟ ଲାଭ କରି ୫ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ । ସେହିପରି ରନର୍ସଅପ ଭାବେ ଗଡ଼ବାଣିକିଲୋ ୩ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଭାବେ ନୟାଗଡ଼ ଟାଉନ ଥାନା ସବ ଇନିସପେକ୍ଟର ଧର୍ମେନ୍ଦ୍ର ଶିଆଳ ଯୋଗଦେଇ ଉଭୟ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଦୁଇଦିନିଆ ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ ଉମାକାନ୍ତ ମିଶ୍ର, ବିରଞ୍ଚିନାରାୟଣ ବେହେରା, ପ୍ରମୋଦ ବାରିକ, ସନ୍ୟାସୀ ପ୍ରଧାନ ଓ ରାଜୀବ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ସୌମ୍ୟରଞ୍ଜନ ସ୍ଵାଇଁଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ୫୦୦ଟଙ୍କା ପ୍ରଦାନ କରିଥିଲେ । ମହେନ୍ଦ୍ର ବାରିକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଭାଗିରଥି ଦାସ, ସଂପାଦକ ସଂଗ୍ରାମ ଗୁମାନସିଂଙ୍କ ସମେତ କ୍ଳବର ବହୁ ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।

Related posts