ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ଯଶୋଦା ମା ଫାଉଣ୍ଡେସନ ଓ ଭୂମିକା ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଇଶାନେଶ୍ୱର ବସ୍ତିର କମ୍ୟୁନିଷ୍ଟ ସେଣ୍ଟରଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ଯୁବ ନେତା ମନୋଜ କୁମାର ସାହୁ ଓ ଇଶାନେଶ୍ୱର ବସ୍ତିର ସଭାପତି ରାଜେଶ ବେହୁରିଆ ଉପସ୍ଥିତ ଥିଲେ। ଶିବିରରେ ଶତାଧିକ ସ୍ଥାନୀୟ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଭୂମିକା ଚକ୍ଷୁ ପ୍ରତିଷ୍ଠାନର ପାରାମେଡିକାଲ ସଦସ୍ୟ, କମ୍ୟୁନିଟି ସ୍ୱାସ୍ଥ୍ୟ ସଂଗଠକ ଓ ଟେକ୍ନିକାଲ ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବାରେ ସହଯୋଗ କରିଥିଲେ। ଯଶୋଦା…
Read MoreDay: September 7, 2026
ଚେସ୍ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ
ନୟାଗଡ଼ କେ.ସି. କ୍ଲବ ପରିସରରେ ଆସନ୍ତା ଅକ୍ଟୋବର ୨, ୩ ଓ ୪ ତାରିଖ, ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ୍ ଓଡ଼ିଶା ଓପନ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ। ଜିଲ୍ଲା ଚେସ୍ ଆସୋସିଏସନ୍, କେ.ସି. କ୍ଲବ ଓ ଓଡ଼ିଶା ଚେସ୍ ଆସୋସିଏସନ୍ର ମିଳିତ ସହଯୋଗରେ ଏହି ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ।୧୭ ବର୍ଷରୁ କମ୍ ବର୍ଗର ସ୍କୁଲ୍ ପିଲାମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ୬୦ଟି ଟ୍ରଫି, ୧ ଲକ୍ଷ ଟଙ୍କାର ଅର୍ଥରାଶି। ସମଗ୍ର ଓଡ଼ିଶାର ୧୭ ବର୍ଷରୁ କମ୍ ବୟସର ସ୍କୁଲ୍ ସ୍ତରୀୟ ଚେସ୍ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। ଚେସ୍ ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଭାଗ ନେବା ପାଇଁ ସବିଶେଷ ସୂଚନା ଦିଆଯାଇଛି… ଦେଖି ନିଅନ୍ତୁ।
Read More