ଚାଲିଗଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ, ଶେଷ ସମ୍ମାନ ଦେଲାନି ପ୍ରଶାସନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଂଚଳର ବିଶିଷ୍ଟ ବ୍ୟକ୍ତି ତଥା
ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁଙ୍କର ୧୦୪ବର୍ଷ ବୟସରେ ଗତକାଲି ସଂଧ୍ୟାରେ ପରଲୋକ ହୋଇଛି। ସ୍ଵର୍ଗତ ସାହୁ ଯୁବାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ସ୍ଵାଧୀନତା ସଂଗ୍ରାମ ଏବଂ ସ୍ଥାନୀୟ ପ୍ରଜା ଆନ୍ଦୋଳନରେ ଯୋଗଦେଇ ରାଜ ରୋଷର ଶିକାର ହୋଇଥିଲେ ସ୍ବର୍ଗତ ଲକ୍ଷ୍ମଣ ସାହୁ। ଫଳରେ ତାଙ୍କୁ ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଜେଲ୍ ମାନଙ୍କରେ ରଖାଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ସ୍ଵାଧୀନତା ପ୍ରାପ୍ତି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଧିନତା ସଂଗ୍ରାମୀ ମାନ୍ୟତା ମିଳିଥିଲା। ତାଙ୍କର ୨ପୁଅଙ୍କ ମଧ୍ୟରୁ ବଡପୁଅ ଗ୍ରାମ ଶ୍ମଶାନରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ନ ପହଞ୍ଚିବା ସାଧାରଣରେ ନାପସନ୍ଦ କରାଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦଶପଲ୍ଲାର ସମଗ୍ର ଅଞ୍ଚଳରେ ତାଙ୍କ ଠାରୁ ଆଉ କେହି ବୟସ୍କ ବ୍ୟକ୍ତି ନଥିଲେ ବୋଲି ଆଲୋଚନା ହେଉଛି।

Related posts