ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦେଶ ସ୍ବାଧୀନତାର ୭୫ବର୍ଷ
ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯେଉଁ ବୀରମାନଙ୍କ ପାଇଁ ଏହି ସ୍ୱାଧୀନତାର ସୌଭାଗ୍ୟ ଆମକୁ ମିଳିଚି ସେମାନଙ୍କୁ ଭୁଲିଗଲା ପ୍ରଶାସନ। ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଜଗଦେବ ପାଟଣାରେ ୧୯୩୦ମସିହାରେ ଜନ୍ମ ଲାଭ କରିଥିବା ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁ ମାତ୍ର ୧୭ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ରାଜତନ୍ତ୍ର ଆକ୍ରୋଶର ଶିକାର ହୋଇ ଜେଲ ଯାଇଥିଲେ। ବହୁବାର ଗୋରାଙ୍କର ଲାଠି ମାଡ଼ ଖାଇବା ସହ ରାଜଦ୍ରୋହର ଆଖ୍ୟା ବହନ କରି କାରାବରଣ କରିଥିଲେ। ପରେ ଦେଶ ସ୍ବାଧୀନ ହେବା ପରେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀର ମୁକୁଟ ମିଳିଲା । ଶ୍ରୀଯୁକ୍ତ ସାହୁ ଏବେ ୯୨ବର୍ଷ ବୟସରେ ପାଦ ଦେଲେଣି। ସରକାର ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବାସ୍ତବରେ ଯେଉଁମାନଙ୍କ ପାଇଁ ଆମେ ଗର୍ବିତ ସେମାନଙ୍କୁ ଭୂଲିଗଲେ। ତେବେ ଦଶପଲ୍ଲାର ଏକମାତ୍ର ଅନୁଷ୍ଠାନ ପ୍ରେସ୍ କ୍ଳବ ଦଶପଲ୍ଲାର ସାମ୍ବାଦିକ ଯଥା ସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରଣା, ଡ଼ଃ. ପ୍ରଫୁଲ୍ଲ କୁମାର ଦାସ, ସୁରେଶ କୁମାର ବେହେରା ପ୍ରମୁଖ ଶ୍ରୀଯୁକ୍ତ ସାହୁଙ୍କ ବାସ ଭବନକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରଶାସନ ଭୁଲି ଯାଇଥିବା ବେଳେ ପ୍ରେସ କ୍ଳବରୁ ସମ୍ବର୍ଦ୍ଧନା ପାଇ ଶ୍ରୀଯୁକ୍ତ ସାହୁ ସମସ୍ତ ସାମ୍ବାଦିକଙ୍କୁ ଆଶୀର୍ବାଦ କରିବା ସହ ଦଶପଲ୍ଲାର ଲୋକଙ୍କ ଭିତରେ ଭାଇଚାରା ସୃଷ୍ଟି ହେଉ ବୋଲି କାମନା କରିଥିଲେ।
ସ୍ୱାଧୀନତା ସଂଗ୍ରାମୀଙ୍କୁ ଭୁଲିଗଲା ପ୍ରଶାସନ, ଦଶପଲ୍ଲା ପ୍ରେସ କ୍ଳବ କଲା ସମ୍ବର୍ଦ୍ଧିତ
