ଭାପୁରରେ ସେବା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2022 ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ,ସମାଜସେବୀ ଦାମୋଦର ସାହୁ, ଅମିତ କୁମାର, ପ୍ରଭାତ ବରାଡ଼,ଗୁଲସନ ଦାସ, ସତ୍ୟବ୍ରତ ମହାରଣା, ଜ୍ୟୋତି ମହାରଣା ପରମେଶ୍ୱର ସାହୁ ଏବଂ ସାମିଲ ହୋଇଥିଲେ l ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଉଥିବା ନେଇ ଅତିଥି ମାନେ ମତ ରଖିଥିଲେ l ଅନ୍ୟପକ୍ଷେ ସନ୍ଧ୍ୟାରେ ଭାପୁର ଛକରେ ଏକ ସାର୍ବଜନୀନ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସେବା ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆଇନଜୀବୀ ଅଭିଳାଷ ପଣ୍ଡା, ସମଜସେବୀ ଦାମୋଦର ସାହୁ, ସେବା ସମିତି ସମ୍ପାଦକ ତ୍ରିନାଥ ସାହୁ ଏବଂ ପ୍ରଭାତ ବରାଡ଼ ପ୍ରମୁଖ ମଂଚାସୀନ ହୋଇଥିଲେ l ଭାପୁର ଅଂଚଳର ବିଭିର୍ଣ୍ଣ ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସହାଭାଗିତାରେ ବିଭିର୍ଣ୍ଣ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମନ ମୋହିଥିଲା l

Related posts