୩ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ମହିପୁର ବନ ବିଭାଗ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ଗତକାଲି ବିଳମ୍ବିତ ରାତିରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୩ଜଣ ପଶୁ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନେ ଜନ୍ତୁ ଶିକାର କରିବା ପାଇଁ ୨ କିମି ଜିଆଇତାର ବିଛାଇ ଫାସ ବସାଇଥିଲେ । ଏହି ଖବର ପାଇ ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ଶିକାରୀମାନଙ୍କୁ ଧରିବା ପାଇଁ ସେହି ସ୍ଥାନରେ ଛକି ବସିଥିଲେ । ସଂପଡ଼ା ଗ୍ରାମର ସମୀର ସ୍ୱାଇଁ, ବିକାଶ କୁମାର ମାର୍ଥା, ପ୍ରଶାନ୍ତ ମହାରଣା ପ୍ରାତଃ ୪ଟା ସମୟରେ ଜି ଆଇ ତାର କାଢ଼ିବା ପାଇଁ ସେହି ସ୍ଥାନରେ ପହଞ୍ଚିଥିଲେ । ଆଗରୁ ସଜାଗ ରହିଥିବା ବନ କର୍ମଚାରୀ ୩ଜଣ ଶିକାରୀକୁ କାବୁ କରିନେଇଥିଲେ । ସେମାନଙ୍କ ଠାରୁ ମାଂସ କାଟିବା ପାଇଁ ଏକ ଚାପୋଡ, ୭ କେଜି ଜି ଆଇ ତାର ସହ ୧୫ ଟି ବୋତଲ ଜବତ କରାଯାଇଥିବା ବେଳେ ୧୨/ ୨୨-୨୩ରେ ଏକ ମାମଲା ରୁଜୁ କରି ୩ଜଣ ଶିକାରୀକୁ କୋର୍ଟ ଚାଲାଣ କରାଯିବା ସହ ଆଗାମୀ ଦିନରେ ଅବାଧ ପଶୁ ଶିକାର କରୁଥିବା ଶିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ସୂଚନା ଦେଇଛନ୍ତି ।

Related posts