ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ମୈତ୍ରୀ ଯୁବ ସଂସଦ ସଭାଗୃହରେ ଭାରତ ରତ୍ନ ତଥା ସ୍ୱର ସାମାଂଗ୍ରୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ମୈତ୍ରୀ ଯୁବ ସଂସଦ, ଶ୍ରୀ ସୃଜନ ଓ ସୋହମ ସଙ୍ଗଠନର ମିଳିତ ଆନୁକୁଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ଏହି ସଭାରେ ନୟାଗଡର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ନାଟ୍ୟ ଭୁଷଣ ଡ. ବିଜୟ ଚୌଧୁରୀ ଅତିଥି ରୂପେ ଯୋଗଦାନ କରିଥଲେ । ଲତା ମଙ୍ଗେସକରଙ୍କର ମହନୀୟ ଗୁଣାବଳୀ ବିଷୟରେ ଅତିଥିମାନଙ୍କ ସହିତ ମୈତ୍ରୀର ସମ୍ପାଦକ ପ୍ରଦୀପ କୁମାର ସାହୁ, ମମତା ମଞ୍ଜରୀ ଦେବୀ, ହରପ୍ରିୟା ଦ୍ବିବେଦୀ ଓ ସୌଭାଗ୍ୟ ମଞ୍ଜରୀ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଲତା ଦିଦିଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍ପରେ ଶ୍ରୀ ସୃଜନର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ ଓ କଣ୍ଠ ଶିଳ୍ପୀ ପ୍ରତୀକ୍ଷା ପଣ୍ଡାଙ୍କ ଦ୍ଵାରା ଲତା ମଙ୍ଗେସକରଙ୍କର ବିଭିନ୍ନ ଓଡିଆ ଓ ଲୋକପ୍ରିୟ ହିନ୍ଦୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ପରିଶେଷରେ ସୋହମ୍ ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ଲତା ଦିଦିଙ୍କର ଦେଶପ୍ରେମ ଗୁଣଗାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଲତା ମଙ୍ଗେସକରଙ୍କ ସ୍ମୃତିରେ ଶୋକସଭା
