ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷାଯୋଗୁଁ ଜଳମଗ୍ନ ହୋଇଛି ଚାଷଜମି। ଫଳରେ ଜମି ଗୁଡିକରେ ଧାନଗଛ ସବୁ ପାଣିରେ ବୁଡି ରହିଥିବା ବେଳେ ଚାଷୀର ସୁନାର ଫସଲ ଉଜୁଡିଯାଇଛି ଏବଂ ସେହି ମେରୁଦଣ୍ଡ ଭାଙ୍ଗିଯାଇଛି। ଏଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପନେଇ ସଠିକ ମୂଲ୍ୟାଙ୍କନ କରି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ରାଶି କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରିଛି କଂଗ୍ରେସ। ଏନେଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କୁ ଆଜି ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ.ଏ.ସି ସଭାପତି ଜଗନ୍ନାଥ ନାୟକ, ଶ୍ରୀନିବାସ ନାୟକ, ଦେବରାଜ ପାଢ଼ୀ, ରାଧାକାନ୍ତ ମହାପାତ୍ର, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପାଇଁ କଂଗ୍ରେସର ଦାବି
