ପାକସ୍ଥଳୀ ଓ ଚର୍ମ ଉପରେ ପ୍ରଭାବ ପକାଏ ଅବସାଦ

କିଛି ଗବେଷକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କିଶୋର ଅବସ୍ଥାରେ ଅବସାଦ ପାକସ୍ଥଳୀରେ ସମସ୍ୟା, ଗଣ୍ଠିବାତ ଓ ଚର୍ମରୋଗ ସୃଷ୍ଟି କରିଥାଏ । ମାନସୋକ ରୋଗ ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ସ୍ୱିଜରଲ୍ୟାଣ୍ଡର ବାସେଲ ବିଶ୍ୱବିଦ୍ୟାଳୟପକ୍ଷରୁ ମାରିଅନ୍ ତେଗେଟଫ୍‌ଙ୍କ ନେତୃତ୍ୱରେ ଏହି ଗବେଷଣା କରାଯାଇଥିଲା । ସେମାନେ କିଶୋର/କିଶୋରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ଓ ମାନସିକ ଅବସାଦ ଭିତରେ ଥିବା ସମ୍ପର୍କ ଉପରେ ଅଧ୍ୟୟନ କରିଥିଲେ । ଆମେରିକାର ୧୩ରୁ ୧୮ବର୍ଷ ବୟସର ୪୮୪୩ଜଣ କିଶୋର/କିଶୋରୀଙ୍କ ଉପରେ ଅଧ୍ୟୟନ କରି ଗବେଷକ ଏହି ସିଦ୍ଧାନ୍ତରେ ପହଞ୍ଚିଚଛନ୍ତି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ପିଲା କିମ୍ବା କିଶୋରୀଙ୍କ ମଧ୍ୟରେ ପୂର୍ବରୁ ମାନସିକ ଅବସାଦ ଦେଖାଯାଇଛି । ସେମାନେ ପରବର୍ତ୍ତୀ ସମୟରେ ହଜମ ଜନିତ ସମସ୍ୟା, ଚର୍ମରୋଗ ଓ ଗଣ୍ଠିବାତର ଶିକାର ହୋଇଛନ୍ତି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁମାନେ ପୂର୍ବରୁ ହୃଦ୍‌ ସମସ୍ୟାରେ ପୀଡ଼ିତ ସେମାନଙ୍କଠାରେ ଉଦ୍‌ବେଗ ପରି ସମସ୍ୟା ଦେଖା ଦେଇଥାଏ ।

Related posts