ମମିତା ମେହେର ହତ୍ୟାର ପ୍ରତିବାଦ କରି ସରକାରଙ୍କ ବିରୋଧରେ ଗର୍ଜିଲା ସିପିଆଇଏମ

ରଣପୁର,(ନୟାଗଡ଼ ଦର୍ପଣ): କଳାହାଣ୍ଡିର ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ବିରୋଧରେ ଆଜି ବାମପନ୍ଥୀ ଦଳମାନଙ୍କର ଡାକରାରେ ରାଜ୍ୟବ୍ୟାପୀ ପ୍ରତିବାଦ ପରିପ୍ରେକ୍ଷୀରେ ରଣପୁର ଠାରେ ସି ପି ଆଇ (ଏମ) ତରଫରୁ ରଣପୁରର ଉପର ବଜ଼ାର ଓ ପଞ୍ଚୁଦୋଳ ପଡ଼ିଆଠାରେ ଦୁଇଟି ସ୍ଥାନରେ ସାଥି ସୁରେଶ ସ୍ବାଇଁଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଏଭଳି ଅଭାଵନୀୟ ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତାମାନେ ପ୍ରବଳ ବର୍ଷିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା ସହିତ,ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ଵାବଧାନରେ SIT ତଦନ୍ତ ଏବଂ ମୃତ ମମିତା ମେହର ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଏହି ପଥପ୍ରାନ୍ତ ପ୍ରତିବାଦସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡାଦୁଃଶାସନ ଜେନା, ସବ୍ୟସାଚୀ ସେନାପତି, ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ, ଭିକାରୀ ସାହୁ, ସଂଯୁକ୍ତା ସେଠି, ସୁକାନ୍ତି ଜେନା, ପୂର୍ଣ୍ଣିମା ମହାପାତ୍ର, ଅନାମ ଦାସ ଓ ଲଷ୍ମୀଧର ଲେଙ୍କା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

Related posts