ରୋଟାରୀ କ୍ଲବର ଜିଲ୍ଲା ଗଭର୍ଣ୍ଣରଙ୍କ ନୟାଗଡ଼ ଗ୍ରସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଲେ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି। ରୋଟାରୀ କ୍ଲବ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଗଭର୍ଣ୍ଣରଙ୍କ ସମେତ ଅସିଷ୍ଟାଣ୍ଡ ଗଭର୍ଣ୍ଣର ପ୍ରଦ୍ୟୁମ୍ନ ମଲ୍ଲିକ, ଜିଲ୍ଲା ଗଭର୍ଣ୍ଣରଙ୍କ ପତ୍ନୀ ଝରଣା ପାଣି ଏବଂ ନୟାଗଡ଼ ରୋଟାରୀ ସମ୍ପାଦକ ମିହିରି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ରୋଟାରୀ କ୍ଲବ ଗରୀବ ଓ ନିଷ୍ପେସିତଙ୍କ ପାଇଁ ସଦାସର୍ବଦା କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣ କାର୍ଯ୍ୟ କରାଯିବା ଉପରେ ଆଲୋଚନା ହୋଇଛି । ରୋଟାରୀ କ୍ଲବ ଆନୁକୁଲ୍ୟରେ ନୟାଗଡ଼ରେ ଏକ ରୋଗ ନିରୂପଣ କେନ୍ଦ୍ର ସ୍ଥାପନ କରିବା ନେଇ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ପ୍ରସ୍ତାବ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରିଆନ, ବୁଦ୍ଧିଜୀବୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Related posts