ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ୍ ସମ୍ମିଳନୀ କକ୍ଷରେ ବୁଥ୍ ଲେବଲ୍ ଅଫିସର ଏବଂ ସୁପରଭାଇଜର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀର ୩୬ଟି ପଞ୍ଚାୟତର ମୋଟ ୧୬୩ଜଣ ବୁଥ୍ ଲେବଲ୍ ଅଫିସର ଏବଂ ୧୫ଜଣ ସୁପରଭାଇଜର ଯୋଗଦେଇଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁବାସ ଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟ ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୁଥ୍ ଲେବଲ୍ ସୁପରଭାଇଜର ଭକ୍ତରଞ୍ଜନ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଶୁଷେନ୍ଦୁ କୁମାର ଷଡ଼ଙ୍ଗୀ, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ରବିନ୍ଦ୍ର କୁମାର ଘଡେ଼ଇ, ସନ୍ତୋଷ କୁମାର ସାହୁ, ଦେବାଶିଷ ଦାଶ, ସସ୍ମିତା ସାହୁ, ବାନାମ୍ବର ସାହୁ, ଗୋଦାବରୀ ବସନ୍ତିଆ, ସନ୍ତୋଷ କର ଉପସ୍ଥିତ ଥିଲେ ‘ଭୋଟର ହେଲ୍ପ ଲାଇନ୍’ ଏବଂ ‘ଗରୁଡ଼ ଆପ୍’ ସ୍ମାର୍ଟ ଫୋନରେ ତା’ର କାର୍ଯ୍ୟକାରିତା, ନୂତନ ଭୋଟର ଯୋଗ, ବାଦ, ସଂଶୋଧନ, ସ୍ୱତନ୍ତ୍ର ଅଭିଯାନ ଦିବସ ତା ୭/୧୧/୨୦୨୧ ଓ ତା ୨୧/୧୧/୨୦୨୧ ରିଖ ଦୁଇ ଦିନ ସମ୍ବନ୍ଧରେ , ‘ଗରୁଡ଼ ଆପ’ରେ (ବି.ଏଲ୍.ଓ)ମାନେ ଏବଂ ଭୋଟର ନିଜେ ଭୋଟର ହେଲ୍ପଲାଇନ୍ ମାଧ୍ୟମରେ ଅନ୍ ଲାଇନ୍ ଦ୍ୱାରା ଉକ୍ତ କାର୍ଯ୍ୟ କରିବା ସହିତ ଆବଶ୍ୟକ ସ୍ଥଳେ ଅଫ୍ ଲାଇନ୍ ମାଧ୍ୟମରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ।
![](https://nayagarhdarpan.com/wp-content/uploads/2021/10/IMG-20211022-WA0017.jpg)
ବି.ଏଲ୍.ଓ ଏବଂ ସୁପରଭାଇଜରଙ୍କ କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପି.ପି.ଟି ଏବଂ ପ୍ରଶ୍ନୋତ୍ତର ମାଧ୍ୟମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ୱାତୀଲେଖା ଦାସ, ତହସିଲଦାର ବିଜୟିତା ସାମନ୍ତସିଂହାର, ଏନ୍.ଏ.ସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ବୁଝାଇଥିଲେ। ସୁପରଭାଇଜର ରଞ୍ଜନ କୁମାର ଦାଶ ସ୍ମାର୍ଟ ଫୋନରେ ଗରୁଡ଼ ଆପ୍ ଇନଷ୍ଟାଲ୍ କରିବା ସହିତ କିଭଳି ନିଜର ତଥା ବୁଥର ତଥ୍ୟ ଅପଡେଟ୍ ହେବ ବୁଝାଇଥିଲେ।ପରିଶେଷରେ ସଂପ୍ରସାରଣ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ ସଭିଏଁ ନିଜ ନିଜର କାର୍ଯ୍ୟ ସୂଚାରୁ ରୂପେ କରିବା ପାଇଁ ସୂଚନା ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ।
![](https://nayagarhdarpan.com/wp-content/uploads/2021/10/IMG-20211022-WA0018.jpg)