ନୟାଗଡ଼,(ନୟାଗଡ଼ ଦର୍ପଣ): ସରଣକୁଳ ବାଉଁଶିଆ ସ୍ଥିତ ସମାଜ କଲ୍ୟାଣ ସଙ୍ଗଠନ ‘ଆଶ୍ରୟ’ ପକ୍ଷରୁ ପବିତ୍ର ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‘ଆଶ୍ରୟ’ର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡଃ.ସତ୍ୟନାରାୟଣ ଗାଲଙ୍କ ପ୍ରତିମୂର୍ତ୍ତୀ ଅନାବରଣ ସହ ସମାଜସେବୀ ତଥା ‘ଆଶ୍ରୟ’ର ଉପଦେଷ୍ଟା ମନୋରାମା ମହାପାତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ପାଳିତ ହୋଇ ଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୫୬ଜଣ ରକ୍ତଦାନ କରିଥିଲେ । ଏହି ଅବସରରେ ‘ଆଶ୍ରୟ’ର ପ୍ରତିଷ୍ଠାତା ଲୋକନାଥ ଦାଶ ୧୩୮ଥର ରକ୍ତଦାନ କରି ଉକ୍ତ ଶିବିରକୁ ଉଦଘାଟନ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡଃ.ସୁହାସିନୀ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡ.ଅଜୟ କୁମାର ବାହିନୀପତି, ଡ. ଅଂଶୁମାନ ସାହୁ, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପକ ନାରାୟଣ ପ୍ରଧାନ, ବ୍ରଜ କିଶୋର ମହାପାତ୍ର, ଭବାନୀ ଶଙ୍କର ଦାଶ, ରମେଶ ଚନ୍ଦ୍ର ମହାପାତ୍ର, ପାଣ୍ଡବ ନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ଭାଗୀରଥି ସାହୁ, ପ୍ରଫୁଲ୍ଲ ନାହାକ, ଅନୀଲ କୁମାର ପ୍ରଧାନ, ରାମକୃଷ୍ଣ ମହାରଣା, ଭିକାରୀ ଚରଣ ସ୍ୱାଇଁ, ଦିଲ୍ଲୀପ କୁମାର ସାହୁ, ଚିତରଞ୍ଜନ ପ୍ରଧାନ, ଅଲେଖ ନାହାକ ଓ ଶଙ୍କର ପ୍ରଧାନ ସହଯୋଗ କରିଥିଲେ ।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...