ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା

ଓଡ଼ଗାଁ,(୦୯/୦୯):- ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ଠାରେ ବ୍ଳକ୍ ସ୍ତରୀୟ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସ ୧୨ତାରିଖରେ ପ୍ରତି ବିଦ୍ୟାଳୟରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭାଷା, ଗଣିତ, ପରିବେଶରେ କେତେ ଦକ୍ଷତା ହାସଲ କରିଛନ୍ତି ତା’ର ସ୍ତର ଜାଣିବା ପାଇଁ ସର୍ବ ଭାରତୀୟ ସ୍ତରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହେବ। ଓଡ଼ଗାଁ ବ୍ଳକର ଛାତ୍ରଛାତ୍ରୀମାନେ କିପରି ଭଲ ସ୍ତରରେ ରହିବେ ସେଥିପାଇଁ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ବଛାବଛା ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରତ୍ୟେକ ଶ୍ରେଣୀର ୧୫ଟି ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ନମୁନା ପ୍ରଶ୍ନକୁ ନେଇ ପିଲାମାନଙ୍କ ନିକଟରେ ପହଞ୍ଚି ପାରିଲେ ସେମାନଙ୍କ ଶିକ୍ଷଣ ସ୍ତର ବୃଦ୍ଧିରେ ସହାୟକ ହୋଇ ପାରିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ଏହାପରେ ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ଯାଦ୍ୱାରା କି ନମୁନା ପ୍ରଶ୍ନ ଅଧିକ ନେଇ ଆମେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ପିତା ମାତାଙ୍କ ଲିଖିତ ଅନୁମତି ନେଇ ଯଥାସମ୍ଭବ କମ୍ ପିଲାଙ୍କୁ ଡ଼କାଇ ସେଗୁଡ଼ିକୁ ଅଭ୍ୟସ୍ତ କରାଇଲେ ପିଲାମାନଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ରାଜ୍ୟ ତଥା ଦେଶରେ ଆମ୍ଭ ବ୍ଳକ୍/ଜିଲ୍ଲା ଉତ୍ତମ ପ୍ରଦର୍ଶନ କରି ଉତ୍ତମ ସ୍ଥାନ ବଜାୟ ରଖିପାରିବ ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗ୍ୟଲତା ଦାଶ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସୌଦାମିନୀ ମହାପାତ୍ର, ରଞ୍ଜନ କୁମାର ଦାଶ, ସୁଶାନ୍ତ ମିଶ୍ର, ମନୋଜ କୁମାର ନାୟକ, ରଶ୍ମିତା କର, ଉଷାରାଣୀ ପଣ୍ଡା, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ପ୍ରଦ୍ୟୁମ୍ନ ସାହୁ, ପ୍ରକାଶ ଦାଶ, ବୁଦ୍ଧିଆ ପାତ୍ର, ରଘୁନାଥ ଦାଶ, ଶୁଭଶ୍ରୀ ପୃଷ୍ଟି ପ୍ରମୁଖ ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବେଳେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶୁଶେନ୍ଦୁ ଷଡ଼ଙ୍ଗୀ ଏବଂ ଶିକ୍ଷକ ନରେଶ ପାଣିଗ୍ରାହୀ ସହଯୋଗ କରିଥିଲେ।

Related posts