‘ତୃତୀୟ ନୟନ’ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମରେ ହେବ ମଞ୍ଚସ୍ଥ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ତୃତୀୟ ନୟନ’ ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରାଯିବ। କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ନାଟ୍ୟକାର ଗଦାଧର ନନ୍ଦ ନିର୍ଦ୍ଦେଶନା ଦେବେ।
ଅନୁଷ୍ଠାନର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନାଟକ ମଞ୍ଚସ୍ଥ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ନାଟକଟି ଦର୍ଶକମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶା ପ୍ରକାଶ କରିଛନ୍ତି।
ଅକ୍ଟୋବର ୪ ତାରିଖ ସନ୍ଧ୍ୟାରେ ଶିକ୍ଷକ ଭବନଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରବୀଣ କଳାକାର ମିଷ୍ଟର କାଳିଆ, ଅନ୍ତର୍ଯ୍ୟାମୀ ମହାନ୍ତି, ପ୍ରଦୀପ୍ତ ଡାକୁଆ, ସୁଦର୍ଶନ ରାଉତ, ନିରଞ୍ଜନ ସାହୁ, ପ୍ରତାପ ସାହୁ, ଗୋପୀନାଥ ସେଠୀ, ସଞ୍ଜୟ ପରିଡ଼ା, ମିଷ୍ଟର ରବି, ରାଜେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
