କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ):- ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ବଢ଼ି ଚାଲିଥିବା ଦୁର୍ବ୍ୟବହାର ଓ ଅନ୍ୟାୟ ବିରୁଦ୍ଧରେ ଆଜି ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଙ୍ଘର ସାମ୍ବାଦିକମାନେ ପୁଣି ଥରେ ସ୍ୱର ଉତ୍ତୋଳନ କରିଛନ୍ତି । ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଅନୱର ଅଲ୍ଲୀଙ୍କ ଆହ୍ୱାନ କ୍ରମେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ନୟାଗଡ଼ ପିଡବ୍ଲୁଡି ଡାକ ବଙ୍ଗଳାଠାରୁ ସାମ୍ବାଦିକମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ସାମ୍ବାଦିକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ନାରାବାଜି କରିଥିଲେ । ଏଥିସହିତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦୃଢ଼ ଦାବି ରଖିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ଅନୱାର ଅଲ୍ଲୀ, ସଂପାଦକ କିଶୋର ମହାପାତ୍ର, ଉପସଭାପତି ଯତାତୀ କେଶରୀ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ବୈଦ୍ୟଭୂଷଣ ମହାପାତ୍ର, ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇଙ୍କ ସମେତ ସମସ୍ତ ବ୍ଲକରୁ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

Related posts