ପଞ୍ଚମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ”ଗରିବ ଓ ଅସହାୟଙ୍କ ପାଇଁ ସମର୍ପିତ ସେବା ଉତ୍ସବ”

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଗତ ଜୁଲାଇ ୧୬ତାରିଖରୁ ଆରମ୍ଭ ହୋଇଥିବା ଦୀର୍ଘ ଦଶଦିନ ଧରି ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ବାହାଡାଝୋଲା ଠାରେ ଉଦଯାପିତ ହୋଇଯାଇଛି। ଦୀର୍ଘ ୧୦ଦିନ ଧରି ସେବା ଉତ୍ସବ ସମିତିର କର୍ମକର୍ତ୍ତାମାନେ ଜିଲ୍ଲାର ସମସ୍ତ ଆଠୋଟି ବ୍ଲକରେ ପ୍ରାୟ ଦେଢ଼ ହଜାର ଅସହାୟ ଲୋକଙ୍କୁ ବସ୍ତ୍ର, ରାସନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ ପ୍ରାୟ ୨୦ଜଣ ଅସହାୟ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ତେବେ ଆଜି ସେବା ଉତ୍ସବର ଉଦଯାପନୀ ଦିବସରେ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭାଡ଼ିକିଳା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାହାଡାଝୋଲା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅସହାୟ ଓ ମାନସିକ ଅନଗ୍ରସର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

ଶେଷରେ ବାହାଡାଝୋଲା ଶ୍ରୀ ଅରବିନ୍ଦ ବିଦ୍ୟାଳୟ ପରିସରରେ ଭର୍ଚୁଆଲ ମାଧ୍ୟମରେ ଉଦଯାପନୀ କାର୍ଯ୍ୟକ୍ରମ ଓ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଦାମୋଦର ସାହୁ, ବାହାଡାଝୋଲାର ସମାଜସେବୀ ବିନୋଦ କୁମାର ସାହୁ, ପରିବେଶବିତ ସୁକାନ୍ତ ଚୌଧୁରୀ, ନୟାଗଡ଼ ଜିଲ୍ଲା ଓରମାସ ସଂଯୋଜକ ନଟବର ସ୍ୱାଇଁ, ସେବା ଉତ୍ସବ ସମିତି ଉପାଧ୍ୟକ୍ଷ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ନୟାଗଡ଼ ଜିଲ୍ଲାରେ ଗରିବ ଅସହାୟଙ୍କ ପାଇଁ ସେବା ଉତ୍ସବ ସମ୍ପୂର୍ଣ୍ଣ ସମର୍ପିତ ବୋଲି ମତ ରଖିଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ହରିହର ବେହେରା ଓ ବିଭୁତି ଭୂଷଣ ପଟ୍ଟନାୟକଙ୍କୁ ସେବା ସମ୍ମାନ-୨୦୨୧ରେ ସମ୍ମାନିତ କରାଯାଇଥିଲା। ଶେଷରେ ସେବା ଉତ୍ସବରେ ସାମିଲ ହୋଇଥିବା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ଉତ୍ସବ ପକ୍ଷରୁ ନିରଞ୍ଜନ ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ଧନେଶ୍ୱର ସାହୁ, ପରମେଶ୍ୱର ସାହୁ, ସୋମେଶ ପଟ୍ଟନାୟକ, ସୋମ୍ୟରଞ୍ଜନ ଦାଶ, ସଦାଶିବ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

Related posts