ନୟାଗଡ଼, (ନୟାଗଡ଼ ଦର୍ପଣ): ନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ରେ ମାଇଁ ଭାରତ ଓ ସେବା ଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ନୟାଗଡ଼ ସେବା ଉତ୍ସବ ସମିତି କାର୍ଯ୍ୟାଳୟ ପରିସରରେ ଏନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ପକ୍ଷରୁ ଆସନ୍ତା ୩୦ତାରିଖରେ ଜିଲ୍ଲା ସ୍ଥରୀୟ ବିଭିର୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ୧୫ ରୁ ବର୍ଷରୁ ୨୯ବର୍ଷ ପର୍ଯ୍ୟନ୍ତ ଯୁବକ/ ଛାତ୍ରଛାତ୍ରୀ ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଯୁବପିଢ଼ିଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ନିଶାମୁକ୍ତ ଓ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବାକୁ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲୋକ ସଙ୍ଗୀତ,ନୃତ୍ୟ
,ନୁକ୍କଡ଼ ନାଟକ, ଚିତ୍ରାଙ୍କନ, ବାଦ-ବିବାଦ / ଭାଷଣ,ସର୍ଟ ଫିଲ୍ମ / ରିଲ୍,ସ୍ଲୋଗାନ୍ ଲେଖନ, ସ୍ଲାମ୍ ପୋଏଟ୍ରି ଆଦି ପ୍ରତିଯୋଗିତାରେ ସମସ୍ତେ ସାମିଲ ହୋଇପାରିବେ। ଏହି ଅବସରରେ ନିଶାମୁକ୍ତ ଭାରତ ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ ହେବ l ଜିଲ୍ଲାସ୍ତରର ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବେ ଏବଂ ରାଜ୍ୟସ୍ତରର ବିଜେତାମାନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ପାଇବେ l ଆଜିର ସାମ୍ବାଦିକ ସମ୍ମିଳନୀରେ ଅଶୋକ ଭଟ୍ଟ, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ
