ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ  ଯୋଗ ଦିବସ ପାଳିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସୁସ୍ଥ ଶରୀର  ବିଦ୍ୟାଧ୍ୟୟନରେ ସହାୟକ । ସୁସ୍ଥ ଶରୀର ପାଇଁ ଯୋଗ ଓ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ସୁସ୍ଥ ଶରୀର ସୁସ୍ଥ ମନ ସୃଷ୍ଟି କରେ ଯାହା କି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତି ଜରୁରୀ। ସେଥିପାଇଁ ପ୍ରତି ବିଦ୍ୟାଳୟରେ ଶାରୀରିକ କ୍ରୀଡା ଶିକ୍ଷକ ନିଯୁକ୍ତି କରାଯାଇଛି।
ଆଜି  ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ସାରିଛି। ରାଜ୍ୟସରକାରଙ୍କ ସୂଚନା କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଙ୍କ ନିର୍ଦେଶରେ ଶାରୀରିକ  ଶିକ୍ଷକ ଆଲୋକ ନାୟକ ଓ ସହଯୋଗୀ ଶିକ୍ଷକ ପ୍ରକୃତି ବନ୍ଧୁ  ସନ୍ତୋଷ କୁମାର ସାହୁ ପ୍ରାୟ  ଉପସ୍ଥିତ 37 ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ହତା ପଡିଆରେ ଯୋଗ ଦିବସ ପାଳନ କରାଯାଇଥିଲା। ସମସ୍ତ ପିଲାମାନଙ୍କୁ ନେଇ ପଦ୍ମାସନ, ବାଳାସନ, ନଟରାଜାସନ, ଚକ୍ରାସନ, ବୃକ୍ଷା ସନ, ସୁଯ୍ୟ ନମସ୍କାର, ପ୍ରାଣାୟାମ ସହିତ ଅନୁଲୋମ ଵିଲଙ୍ଗ,  ଭ୍ରାମରି, ସୂର୍ଯ୍ୟ ଭେଦି ଓ କପାଳ ଭାତି ଆଦି ପ୍ରାଣାୟାମ କରାଯାଇଥିଲା। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସୁସ୍ଥ ପାଇଁ ଯୋଗ ଯେପରି ଅତି ଦରକାରୀ ସେହିପରି ସୁସ୍ଥ ଶରୀରପାଇଁ ସୁସ୍ଥ ପରିବେଶ ଅତି ଦରକାର ଅଟେ। ସୁସ୍ଥ ପରିବେଶ ପାଇଁ ଏକମାତ୍ର ଉପାୟ ବୃକ୍ଷ ରୋପଣ ଓ ତାର ଯତ୍ନ। ଏହା କଲେ ଯାଇ ସଠିକ ସମୟରେ ବର୍ଷା ସାଙ୍ଗକୁ ପୃଥିବୀ ଶୀତଳ ସହିତ ସୁସ୍ଥ ପରିବେଶ ଗଠନ ହୋଇ ପାରିବବୋଲି କୋମଳ ମତି ପିଲାଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ। ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ପ୍ରତି ଦିନ ସକାଳୁ ଉଠି ନିତ୍ୟକ୍ରମ ସାରି ଅତି କମରେ ୧୫ମିନିଟି ନିଜ ଶରୀର ପାଇଁ ଯୋଗ କରିବା ଓ ନିଜ ପରିବାର କୁ ଏଥିରେ ସାମିଲ କରାଇ ବାକୁ  କହିବା ନେଇ ଏକ ଶପଥ ପାଠ କରାଯାଇଥିଲା।  ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ  ପଦ୍ମିନୀ ନାୟକ, ବିଜୟ ଲକ୍ଷ୍ମୀ ଦଳେଇ, ରାଜଲକ୍ଷ୍ମୀ ଶ୍ରୀଚନ୍ଦନ, ଶିକ୍ଷକ ରାଧାଗୋବିନ୍ଦ ନାୟକ, ସୂର୍ଯ୍ୟମଣି ନାୟକ, ସନ୍ତୋଷ ନାହାକ,ଓ ଖୋଗେଶ୍ୱର ବେହେରା ଆଦି ସହଯୋଗ କରିଥିଲେ।

Related posts