ବିଶ୍ୱ ଯୋଗ ଦିବସରେ ନୟାଗଡ଼ରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମ ପକ୍ଷରୁ ଯୋଗ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀ ନିକଟସ୍ଥ ମୁନିସିପାଲିଟି ବୁଦ୍ଧ ମଣ୍ଡପ ପରିସରରେ ରେଡକ୍ରସ ଓ ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର ସହଯୋଗରେ ଶ୍ରୀରଘୁନାଥ ଯୋଗାପୀଠ ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୬ଟାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଶତାଧିକ ଯୋଗପ୍ରେମୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିୟମିତ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିବେଦିତା ପତି, ଜିଲ୍ଲାର ୧୫ଟି ଯୋଗ ଶିବିରର ପରିଚାଳକ ଯୋଗଗୁରୁ ପ୍ରତାପ ରଣଶିଙ୍ଗ, ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର କନଭେନର ସୁନିତା ରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ଫୋରମର ବିଭିନ୍ନ ପଦାଧିକାରୀ କମଳିନୀ ବେହେରା, ମହାମନ୍ତ୍ରୀ, ମାଳତୀ ତ୍ରିପାଠୀ, କିଶୋର ଚନ୍ଦ୍ର ପାଣି, କୃଷ୍ଣମୋହନ ତ୍ରିପାଠୀ, ବାଳକୃଷ୍ଣ ନନ୍ଦ, ବଳରାମ ମୁଦୁଲି ଓ ଛାଟିଆ ସାହୁଙ୍କ ସମେତ ୧୦୦ରୁ ଅଧିକ ପୁରାତନ ଓ ନୂତନ ସଦସ୍ୟ ଯୋଗ ଶିବିରରେ ସାମିଲ ହୋଇଥିଲେ। ଯୋଗଗୁରୁମାନେ ଯୋଗ ଓ ପ୍ରାଣାୟାମର ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସହ ଏହାର ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଯୋଗ ଦ୍ୱାରା ଉପକୃତ ହୋଇଥିବା କିଛି ବ୍ୟକ୍ତି ନିଜ ଅନୁଭୂତି ମଧ୍ୟ ବାଣ୍ଟିଥିଲେ।

ରେଡକ୍ରସ ଭଲ୍ୟୁଣ୍ଟାରୀ ଫୋରମର ଉପଦେଷ୍ଟା ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଯୋଗ ଶିକ୍ଷା ଗ୍ରହଣ କରୁଥିବା ସଦସ୍ୟମାନେ ସହଯୋଗ କରିଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

Related posts