ନୟାଗଡ଼, (ନୟାଗଡ଼ ଦର୍ପଣ): ତମାଖୁ ଯାହାକି ଶରୀରକୁ କ୍ଷତି କରିବ, ପରିବାରରୁ ସ୍ୱାମୀ ସ୍ତ୍ରୀକୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପରିବାରର ଆର୍ଥିକ ମାନଦଣ୍ଡକୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି । କିଶୋର କିଶୋରୀମାନଙ୍କୁ ସଚେତନ କରାଇ ନିଜ ପରିବାର ପରେ ସମାଜକୁ ବାର୍ତ୍ତା ଦେବାକୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶକ୍ରମେ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନର ପରିମାଣ ବୃଦ୍ଧି ଓ ତାହାର ସଂକ୍ରମିତ ଯୋଗୁଁ ବର୍ତ୍ତମାନ ଦିନକୁ ଦିନ କ୍ୟାନ୍ସର ରୋଗ ସୃଷ୍ଟିର ଜନ୍ମ ହେଉଥିବା ଶିକ୍ଷକ ବ୍ୟକ୍ତ କରିଥିଲେ।

ଖାଲି ସେତିକି ନୁହେଁ ବର୍ତ୍ତମାନ ସଙ୍ଗଦୋଷ କାରଣରୁ ଅଧିକରୁ ଅଧିକ କମ ବୟସ ଯୁବ ଗୋଷ୍ଠୀକୁ ଏ ତମାଖୁ କବଳିତ କରିଥିବା ଆଲୋଚନା ହୋଇଥିଲା। ଯାହାଫଳରେ ତମାଖୁ ସେବନର ପ୍ରତିକ୍ରିୟା ସ୍ୱରୂପ ଯୁବ ପିଢ଼ି ଅଳ୍ପାୟୁ ମୃତ୍ୟୁ, ପରିବାର ମଧ୍ୟରେ ଦମ୍ପତି ବିଛେଦ, ଆର୍ଥିକ ଅଭାବ, ଅସାମାଜିକ କାର୍ଯ୍ୟ ଭଳି ନାନା ପ୍ରକାର ଘଟଣା ଘଟୁଛି। ତେଣୁ ଏସବୁ ଠାରୁ ନିବୃତ ରଖିବା ପାଇଁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ କୋମଳ ମତି ପିଲାଙ୍କ ମନରେ ଶପଥ ପାଠ କରାଇ ସଚେତନତା ବାର୍ତ୍ତା ପ୍ରେରଣ କରାଯାଇଥିଲା। ଗ୍ରାମ ପରିକ୍ରମା ସାଙ୍ଗକୁ ପିଲାମାନେ ବିଭିନ୍ନ ଯୁବଗୋଷ୍ଠିକୁ ଏଥିରୁ ନିବୃତ ରହିବା ପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀଯୁକ୍ତ ସାହୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
