ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାର ରାଷ୍ଟ୍ରୀୟ ସେବା ଯୋଜନା ବିଭାଗ ଆୟୋଜନରେ ଏବଂ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଆନୁକୁଲ୍ୟରେ  ରାଷ୍ଟ୍ରୀୟ ଯୁବ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ପୁଲକ କୁମାର ମହାନ୍ତି ସଭାପତିତ୍ତ୍ଵ   କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବ ଶିକ୍ଷାବିତ୍ ବିପିନ ବିହାରୀ ସାହୁ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ବିଚାରକଭାବେ ଅଧ୍ୟାପକ ପ୍ରସନ୍ନ କୁମାର ପରିଡା, ଦାଶରଥି ସାହୁ ଓ ଡ: ସନ୍ତୋଷ କୁମାର ସାହୁ  ଯୋଗଦେଇ ବିଶେଷ ଭାବରେ ଛାତ୍ର ଜୀବନରେ ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ସାମୁହିକ ଭାବେ ବନ୍ଦେ ମାତରଂ ଗାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ସଙ୍ଗୀତ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶ୍ରେଷ୍ଠ ପ୍ରତିଯୋଗୀ ମାନକୁ ପୁରସ୍କାର ଓ ପ୍ରମାଣପତ୍ର  ବିତରଣ କରାଯାଇଥିଲ। କାର୍ଯ୍ୟ କ୍ରମ ସଂଯୋଜକ ଭାବେ କ୍ରୀଡା ଅଧ୍ୟାପକ ଚିତ୍ତ ରଞ୍ଜନ ମହାପାତ୍ର କରିଥିଲେ। କାର୍ଯ୍ୟ କ୍ରମ ଅଧିକାରୀ ଅଧ୍ୟାପକ ଗଙ୍ଗାଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଶାନ୍ତି ମନ୍ତ୍ର ଗାନ କରାଯାଇଥିଲା। ୧୦୦ରୁ ଅଧିକ ସ୍ଵେଚ୍ଛାସେବୀ ଉକ୍ତ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ।

Related posts