ଡ.ସୁରେଶ ବରାଡ଼ଙ୍କ ‘ଗପରେ ଗପରେ ସ୍ବାମୀ ବିବେକାନନ୍ଦ’ ପୁସ୍ତକ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବତ୍ତୀର୍ ହରିହରପୁର ଗ୍ରୀନକ୍ଲବ ଶିଶୁ ଉଦ୍ୟାନ ଠାରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଯୁବ ଦିବସ ପାଳିତ ହୋଇ ଯାଇଛି। ଏଥିରେ ଶରଣକୁଳ ଅଞ୍ଚଳର ସ୍ବନାମ ଧନ୍ୟ ଗାଳ୍ପିକ, କାବ୍ୟକାର, ଔପନ୍ୟାସିକ ଓ ନାଟ୍ୟକାର ତଥା ସୁସାହିତ୍ୟିକ ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଗପରେ ଗପରେ ସ୍ବାମୀ ବିବେକାନନ୍ଦ ପୁସ୍ତକ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଏହି ଉପଲକ୍ଷେ ଗ୍ରୀନ କ୍ଲବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ପୈାରୋହିତ୍ୟରେ ସଭାକାଯ୍ୟର୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ରୂପେ ସାରସ୍ବତ ସାଧକ ଡ.ସୁରେଶ ଚନ୍ଦ୍ର ବରାଡ଼, କବି ନିରାକାର ସ୍ବାଇଁ, କବି ଗୋଦାବରୀ ବସନ୍ତିଆ, ଯୋଗ ଦେଇଥିଲେ। ଅତିଥିମାନଙ୍କ କରକମଳରେ ଅପରାହ୍ନ ୪ ଟାରେ ସ୍ବାମୀଜୀଙ୍କ ଫଟୋଚିତ୍ରରେ ଧୂପ ଦୀପ ଫୁଲ ଚନ୍ଦନ ପ୍ରଦାନ କରାଯାଇ ସଭା କାଯ୍ୟର୍ ଆରମ୍ଭ କରାଯାଇଥିଲା। ଯୋଗଗୁରୁ ବୈକୁଣ୍ଠ ପ୍ରଧାନଙ୍କ ନିର୍ଦ୍ଦେଶନାରେ ସାମୁହିକ ଯୋଗ ଧ୍ୟାନ ସହିତ ଶ୍ରୀ ହନୁମାନ ଚାଳିଶା ପଠନ କରାଯାଇଥିଲା। ତାପରେ ବିବେକାନନ୍ଦଙ୍କ ଉପରେ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା ଏବଂ କୁଇଜ ପ୍ରତିଯୋଗିତା କରାଯାଇଥିଲା। ସେଥିରେ ବିଚାରକ ଭାବେ ନିରାକାର ସ୍ବାଇଁ, ଗୋଦାବରୀ ବସନ୍ତିଆ, ଡ.ସୁରେଶ ଚନ୍ଦ୍ର ବରାଡ଼ ଓ ନୀଳମାଧବ ମିଶ୍ର କାଯ୍ୟର୍ ସମ୍ପାଦନ କରିଥିଲେ। ତପିରେ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ବିବେକାନନ୍ଦଙ୍କ ଜୀବନୀରୁ ବିଭିନ୍ନ ତଥ୍ୟ ଦେଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ। ସଭାପତି ବିଭୁପ୍ରସଦ ମିଶ୍ର, ସଂପାଦକ କୁମର ବରାଡ, ସୌଦାଗର ନାୟକ ପ୍ରମୁଖ ସ୍ବାମିଜୀଙ୍କ ଉପରେ ମଧ୍ୟ ଅଭିଭାଷଣ ରଖିଥିଲେ। ଏଥିରେ ଗ୍ରୀନକ୍ଳବର ସଦସ୍ୟ ଶିବ ଶଙ୍କର ମହାରଣା, ହିମାଂଶୁ ମହାନ୍ତି, ପ୍ରହଲ୍ଲାଦ ଜେନା, ପ୍ରସାଦ ବରାଡ଼, ଶିବରାମ ବେହେରା, କୁନା ବରାଡ଼, ବିନୋଦ ସ୍ବାଇଁ, ସଦସ୍ୟା ପ୍ରଭାତୀ ସାହୁ, ଲକ୍ଷ୍ମୀ ମହାରଣା ଓ ଶାନ୍ତିଲତା ମହାରଣା ଆଦି ଉପସ୍ଥିତ ରହି କାଯ୍ୟର୍କ୍ରମକୁ ପରିଚାଳନା କରିଥିଲେ।
