ଫାଇନାଲରେ ମର୍ଦ୍ଧାବାଡ଼ି କ୍ରିକେଟ କ୍ଳବର ବିଜୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଗତ ୨୪ ତାରିଖରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତରେ ଥିବା ଏମବିସିସି କ୍ରିକେଟ କ୍ଲବ ତରଫରୁ ଏମବିସିସି ଚାମ୍ପିୟନ ଟ୍ରଫି ନାମରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଆଜି ଥିଲା ଏହାର ଅନ୍ତିମ ଦିନ ଅର୍ଥାତ ଫାଇନାଲ ଖେଳ। ଏଥିରେ ମର୍ଦ୍ଧାବାଡ଼ି କ୍ରିକେଟ ଦଳ ଓ ଏମବିସିସି କ୍ରିକେଟ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ ଜିତି ମର୍ଦ୍ଧାବାଡ଼ି କ୍ରିକେଟ ଦଳ ବ୍ୟାଟିଂ କରି ନିଜ ଦଳର ସମସ୍ତ ଉଇକେଟ ହରାଇ ୧୦୪ ରନ ହାସଲ କରିଥିଲା। ପରେ ବିପକ୍ଷ ଦଳ ଏମବିସିସି କ୍ରିକେଟ କ୍ଲବ ବ୍ୟାଟିଂ କରି ସମୁଦାୟ ୯ ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୬ରନ ହାସଲ କରି ପରାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦଶପଲ୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଯୋଗ ଦେଇଥିବାବେଳେ ଡିହଗାଁ ଗ୍ରାମ ପଂଚାୟତ ସମିତିସଭ୍ୟ, ସ୍ଥାନୀୟ ସମାଜସେବୀ ପ୍ରଦୀପ କୁମାର ସାହୁ ପ୍ରମୁଖ ମଂଚାସୀନ ଥିଲେ। ଏଥିରେ ମୁଖ୍ୟଅତିଥି କ୍ରୀଡ଼ା ପ୍ରେମୀ ମାନଙ୍କୁ ଉତ୍ସାହ ଯୋଗାଇଦେବା ସହ ବିଜେତା ଟ୍ରଫି, ରନର ଟ୍ରଫି ଓ ଟାକରାରେ କ୍ରୀଡ଼ା କୁ ଅଗ୍ରଗତି କରାଇବାରେ ଯାହାର ଅବଦାନ ଅତୁଳନୀୟ ଥିଲା ସ୍ବର୍ଗତ ଦୀନବନ୍ଧୁ ଆଚାର୍ଯ୍ୟ (ଚଗଲା) ତାଙ୍କ ନାମ ଅନୁସାରେ ଉତ୍ସର୍ଗୀକୃତ ଟ୍ରଫି ଦୀନବନ୍ଧୁ ଆଚାର୍ଯ୍ୟ ମେମୋରିଆଲ ଏମବିସିସି ଚାମ୍ପିୟନ ଟ୍ରଫି (ମ୍ୟାନ ଅଫ ଦି ସିରିଜ) ପ୍ରଦାନ କରିଥିଲେ।ଅନ୍ତିମ ଦିନର ଖେଳକୁ ସମ୍ବିତ ଭଟ୍ଟ ଓ ନିର୍ମଳ ଚନ୍ଦ୍ର ବାରିକ ପରିଚାଳନା କରିଥିବା ବେଳେ ପ୍ରିୟବ୍ରତ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। ଅନିଲ କୁମାର ପରିଡା, ବିଭୁଦତ ନାୟକ ସହଯୋଗ କରିଥିଲେ।

Related posts