ବାଜି ମାରିଲେ କେ.ଏସ.ବି.ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ, ୧୨ଜଣ ପାଇଲେ ରାଜ୍ୟ ସ୍ତରୀୟ ମେଧାବୃତ୍ତି

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିକ୍ଷା ପରିଷଦ,ଓଡିଶା ପକ୍ଷରୁ ଚଳିତ ୨୦୨୫ ଶିକ୍ଷା ବର୍ଷର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ରାଜ୍ୟ ସ୍ତରୀୟ ମେଧାବୃତ୍ତି ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ କେ.ଏସ.ବି. ପବ୍ଲିକ ସ୍କୁଲ ଶରଣକୁଳର ଛାତ୍ରଛାତ୍ରୀ ମାନେ ବାଜିମାତ କରିଛନ୍ତି। ଏହି ସ୍କୁଲର ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରଛାତ୍ରୀ ବୃତ୍ତି ହାସଲ କରିବା ସହିତ ତୃତୀୟ ଶ୍ରେଣୀ ଛାତ୍ର ମହାବୀର ମହିମା ମୁଦୁଲି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ତୃତୀୟ ଶ୍ରେଣୀରେ ମହାବୀର ମହିମା ମୁଦୁଲିଙ୍କ ସହିତ ସାଇ ସମ୍ବିତ, ଆୟୁଷ ସ୍ୱୟଂଜୀତ ସ୍ୱାଇଁ, ପ୍ରିନସେସ ସାହୁ, ପଞ୍ଚମ ଶ୍ରେଣୀରେ ଯଶସ୍ୱିନୀ ଦାଶ, ଅଜିତ ଦାଶ, ଆଲୋକ କୁମାର ଦୋରା, ସ୍ୱୟମ ଓଁକାର ପ୍ରସାଦ ପ୍ରଧାନ ଓ ସପ୍ତମ ଶ୍ରେଣୀରେ ଆଦ୍ୟାଶ୍ମିତା ମଣ୍ଡଳ, ଶିବ ଶକ୍ତି ସାହୁ, ଇପ୍ସିତା ମହାନ୍ତି ଓ ସ୍ୱାଗତ ସମ୍ବିତ ମିଶ୍ର ପ୍ରମୁଖ ଏହି ବୃତ୍ତି ପାଇଛନ୍ତି। ଶୁକ୍ରବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ଓ ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ବୃତ୍ତିଧାରୀ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Related posts