ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସରେ ରୋହିବାଙ୍କ ଓ ଓଡଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ମାନେ ବାଣ୍ଟିଲେ ସେବାବ୍ରତ ସଚେତନତା

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତ ବର୍ଷରେ ସ୍କାଉଟ ଗାଇଡ଼ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନ  ନଭେମ୍ବର ୭ଦିନ ପ୍ରତିଷ୍ଠା ହୋଇଥିବାରୁ ଆଜିର ଦିନକୁ ପ୍ରତିଷ୍ଠାଦିବସ ଭାବେ ପାଳନକଲେ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନଙ୍କ ସହ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ସାହୁ ଓ ଗାଇଡ଼ କ୍ୟାପଟେନ ଅବନ୍ତୀ ବେହେରା ଆଜିର ଦିବସର ତାତ୍ପର୍ଯ୍ୟକୁ ବୁଝାଇଥିବାବେଳେ ନୂତନ ପିଲାଙ୍କୁ ସେବା ମୂଳକ କାର୍ଯ୍ୟପାଇଁ ପ୍ରବର୍ତ୍ତାଇବା ସହିତ ଏଭଳି କାର୍ଯ୍ୟରେ ଯୋଗଦେବାକୁ କହିଥିଲେ। ସେହିଭଳି ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ଼ କ୍ୟାପଟେନ ଜ୍ୟୋତିର୍ମୟୀ ଦାସ ଙ୍କ ତତ୍ୱାବଧାନରେ ୧୫ରୁ ଅଧିକ ଗାଇଡ଼ମାନେ ନିଜ ବିଦ୍ୟାଳୟରେ ଭାରତ ସ୍କାଉଟ ଗାଇଡ଼ ପ୍ରତିଷ୍ଠାଦିବସ ପାଳନ କରିବା ସହିତ ଉଭୟ ବିଦ୍ୟାଳୟର ଗାଇଡ଼ମାନେ ୭୫ବର୍ଷ ପ୍ରତିଷ୍ଠା ଦିବସର ଟୋକନ ଫ୍ଲାଗ ନେଇ ପ୍ରଥମେ ଓଡଗାଁ ଗୋଷ୍ଠୀ ଉନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ସହିତ ସେବାରେ ବ୍ରତୀରହିବା ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ।

ଶ୍ରୀ ନାୟକ ଏଥିରେ ଖୁସି ହୋଇ ସମସ୍ତ ଗାଇଡ଼ ମାନଙ୍କୁ ୫୦୦ଟଙ୍କା ସହିତ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏ ସଂଗଠନ ରେ ମିସାଇବାପାଇଁ ସମସ୍ତ ପ୍ରଧାନ ଶିକ୍ଷକ  ଓ ଶିକ୍ଷୟିତ୍ରୀ ନିଜସ୍ୱ ଆଗ୍ରହ ଦେଖାଇବାକୁ ବାର୍ତ୍ତା ପ୍ରେରଣ କରିଥିଲେ। ଏହାପରେ ସମସ୍ତ ଗାଇଡ଼ ମାନଙ୍କୁ ନେଇ ସ୍କାଉଟ ମାଷ୍ଟର ଶ୍ରୀ ସାହୁ ଓ ଗାଇଡ଼ କ୍ୟାପଟେନ  ଦାସ ଓଡଗାଁ ତହସିଲଦାର ଡ଼ ମାନସ ରଞ୍ଜନ ଭୋଇଙ୍କ କକ୍ଷ ପାଖକୁ ଯାଇ ସେହି ଢଙ୍ଗରେ ଟୋକନ ଫ୍ଲାଗ ପ୍ରଦାନ ସହିତ ଶ୍ରୀ ଭୋଇଙ୍କ ଠାରୁ ଆହୁରି ଅଧିକ ଛାତ୍ର ଛାତ୍ରୀଙ୍କୁ ଏଥିରେ ସାମିଲ କରି ନିଜକୁ ଶୃଙ୍ଖଳିତ ହୋଇ ଗଢିବା ସହିତ ଭବିଷ୍ୟତରେ ଦେଶର ଏକ ଉତ୍ତମ ନାଗରିକ ଭାବେ ନିଜକୁ ପ୍ରତିଷ୍ଠା କରାଇଲେ ଏ ଦିବସର ପାଳନ ସାର୍ଥକ ହେବବୋଲି ମତବ୍ୟକ୍ତ କରିଥିଲେ। ସେ ମଧ୍ୟ ପିଲାମାନଙ୍କୁ ୫୦୦ଟଙ୍କା ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

Related posts