ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସିଭିଲ ସୋସାଇଟି ଆନୁକୂଲ୍ୟରେ ସାତ ଦିନ ଧରି ସ୍ଥାନୀୟ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଆନ୍ତର୍ଜାତ ବରିଷ୍ଠ ନାଗରିକ ଦିବସ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସିଭିଲ ସୋସାଇଟିର ଚେୟାରମ୍ୟାନ ଗୋଦାବରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ସିଭିଲ ସୋସାଇଟି ପକ୍ଷରୁ ଯୁବ, ଛାତ୍ର, ବରିଷ୍ଠ ନାଗରିକମାନଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ନିଆ ଯିବାକୁ ଥିବା କାର୍ଯ୍ୟକ୍ରମର ଅବତାରଣା କରିଥିଲେ।

ଏହି ଅବସରରେ ସିଭିଲ ସୋସାଇଟି ପକ୍ଷରୁ ଏଠାକାର ପୌରପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ନୟାଗଡ ସହରାଞ୍ଚଳରେ ସ୍ୱଛତା ପାଇଁ ନେଇଥିବା ପଦକ୍ଷେପ ନିମନ୍ତେ ଫୁଲକୁଣ୍ଡ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟ ଅତିଥି ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ ସଫଳତାର ସହ ସାତ ଦିନ ଧରି ଏହି ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ଦିବସ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଯାପନୀ ପୂର୍ବାହ୍ନରେ ବରିଷ୍ଠ ନାଗରିକ ନାଟ୍ୟକାର ଭଗବତୀ ଚରଣ ପଟ୍ଟନାୟକ, ରୋଟାରୀଆନ ଶ୍ରୀକାନ୍ତ କୁମାର ଖଟେଇ, ନାଟ୍ୟକାର କୈଳାସ ଚନ୍ଦ୍ର ଓଝା, ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ରାମକୃଷ୍ଣ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ସିଭିଲ ସୋସାଇଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଫୁଲକୁଣ୍ଡ ଉପହାର ପ୍ରଦାନ କରାଯାଇଥିଲା। ଉପସଭାପତି ପ୍ରଭାତ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
