ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୨୨୧/ତା ୮.୧୦.୨୫ ରିଖ ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା।ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହିଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା।
ଆଜି ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଆଇଆଇସି ସୁଜିତ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତ ସହିତ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ସୁନା ଚେନ-୧ଟି, ରୂପା ଝୁଣ୍ଟିଆ- ୨, ସାମସଙ୍ଗ ଟିଭି -୧ଟି, ବାଜାଜ ଗ୍ରାଇଣ୍ଡର -୧ଟି, ନୂତନ ଶାଢ଼ୀ- ୨ଟି, ପିତଳ ହଣ୍ଡା ଓ ପିତ୍ତଳ ବେଲା ,ଘରର ଚାବି ସହ ଚୋରି ସାମଗ୍ରୀ ମାନ ଜବତ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସେମାନେ ହେଲେ ହଇରାଣିଆ ନାହାକ (୧୯),ପି-ଚନ୍ଦନ ନାହାକ,ରାଜା ନାହାକ,ପି-ଆର୍ତ୍ତ ନାହାକ, ଉଭୟଙ୍କ ଘର ସେହି ବାଉଁଶିଆ।ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।