ପାଣିପୋଇଲା ଶିଶୁମନ୍ଦିରରେ ବିଜ୍ଞାନମେଳା ଓ କଣ୍ଢେଇମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ଶିଶୁମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଓ ପୂର୍ବପ୍ରାଥମିକ ବିଭାଗର ଶିଶୁମାନଙ୍କର କଣ୍ଢେଇମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାର ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଧାମୋହନ ପତି, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାଶପୁରର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଯୋଗଦେଇ  ଶିଶୁମାନେ ବିଜ୍ଞାନ ଅନୁସନ୍ଧିଛୁ ହେଲେ ଭବିଷ୍ୟତର ସୁନାଗରିକ ହୋଇପାରିବେ ବୋଲି ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ପଣ୍ଡା ଉତ୍ସବ ଓ ପ୍ରତିଯୋଗିତାଦ୍ୱାରା ଶିଶୁଙ୍କ ମନ ପ୍ରଫୁଲ୍ଲିତ ହେବା ସହିତ ପୂର୍ଣ୍ଣାଙ୍ଗ ବିକଶିତ ହେବାରେ ସହାୟକ ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତ ପ୍ରତିଭାଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରାଇବା ପାଇଁ ଶ୍ରମ, ସମୟ ଦେଇ ସହାୟତା କରିଥିବା ସମସ୍ତ ପିତା, ମାତା, ଅଭିଭାବକ ଓ ଅଭିଭାବିକା ମାନଙ୍କୁ  ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ବିଦ୍ୟାମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିବା ଜଣାଯାଇଛି।

Related posts