ରୋହିବାଙ୍କ ବିଦ୍ୟାଳୟରେ ବନ ମହୋତ୍ସବ ଓ ‘ଚରକ’ ଔଷଧୀୟ ବଗିଚା ଉନ୍ମୋଚନ

ଓଡଗାଁ, (ନୟାଗଡ଼ ଦର୍ପଣ): ପ୍ରାକୃତିକ ଔଷଧୀୟ ବୃକ୍ଷର ଦୈନନ୍ଦିନ ଜୀବନରେ ମନୁଷ୍ୟ  ପାଇଁ ଦରକାରିତା ଓ ଶରୀର ପ୍ରତି ପାର୍ଶ୍ଵ ପ୍ରତିକ୍ରିୟା କାରି ଭେଷଜ ଔଷଧ ଠାରୁ ଦୂରରେ ରହିବାପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ବୃକ୍ଷ ରୋପଣ ସାଙ୍ଗକୁ “ଚରକ”  ଔଷଧୀୟ ବଗିଚା ଉନ୍ମୋଚନ  ହୋଇସାରିଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ସମ୍ମାନିତ ଅତିଥିଭାବେ ଓଡଗାଁ ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ ଓ ଦିପ୍ତିମୟୀ ରାଉତ, କୋମଣ୍ଡ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ଓ ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କ ଦ୍ୱାରା ପ୍ରଥମେ ଔଷଧୀୟ ବଗିଚାକୁ ଉନ୍ମୋଚନ କରାଯାଇ ଏଥିରେ ରୋପଣ କରାଯାଇଥିବା ଘିକୁଆଁରୀ, ବିଶଲ୍ୟକରଣି, ଇନସୁଲିନ, ପୋଦିନା, ପିପ୍ପଳି, ଡାଲଚୀନ, ସ୍ନେକ ପ୍ଲାଣ୍ଟ,, କଳା ଦୁଦୁରା, ସୁଗନ୍ଧି ବଚ, କୃଷ୍ଣ ହଳଦୀ, ପ୍ରସାରୁଣି, ପାତାଳ ଗରୁଡ଼, ତୁଳସୀ ଆଦି ୨୩ ପ୍ରକାରର ଔଷଧିୟ ବୃକ୍ଷକୁ ରୋହିବାଙ୍କ ସମ୍ଭବ ପରିଚାଳକ ପଦ୍ମଶ୍ରୀ ସାବରମତି, ବିଦ୍ୟାଳୟ ଶିକ୍ଷକ ସନ୍ତୋଷ ନାହାକ ଓ କିଛି ଛାତ୍ରଛାତ୍ରୀମାନଙ୍କ ଠାରୁ ସଂଗ୍ରହ କରାଯାଇଥିଲା।

ଏହାର ପରିକଳ୍ପକ ତଥା ଆବୟବ ରୂପଦେଇଥିଲେ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ। ସମସ୍ତ ଅତିଥିଙ୍କୁ ଓ ଛାତ୍ର ଛାତ୍ରୀଙ୍କୁ ପ୍ରତି ଗଛର ଔଷଧୀୟ ଗୁଣ ଓ ବ୍ୟବହାରିତା ର ଚିଠା କୁ କ୍ରୀଡା ଶିକ୍ଷକ ଆଲୋକ ନାୟକ ବଣ୍ଟନ କରି ଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା  ଇକୋକ୍ଲବ ଓ ବିଦ୍ୟାଳୟର ସ୍କାଉଟ ଗାଇଡ଼ ପିଲାମାନଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଥିଲା। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଗଛ ଲଗାଇ ତାର ଯତ୍ନ ଓ ସୁରକ୍ଷା ନେବାକୁ ପିଲାମାନଙ୍କୁ ବାର୍ତ୍ତା ପ୍ରେରଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ସୂଯ୍ୟମଣି ଦଳେଇ ରାଧାଗୋବିନ୍ଦ ନାୟକ, ଖୋଗେଶ୍ୱର ବେହେରା, ଶିକ୍ଷୟିତ୍ରୀ ଅବନ୍ତୀ ବେହେରା, ସୁନିତା ବେହେରା, ବିଜୟ ଲଷ୍ମୀ ଦଳେଇ, ପ୍ରୟଦର୍ଶନୀ ମହାପାତ୍ର, ପଦ୍ମିନୀ ନାୟକ ପ୍ରମୁଖ ସହଯୋଗ କରିଥିଲେ

Related posts