ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ପୌରହିତ୍ୟରେ ଜିଲ୍ଲା କୋର୍ଟ ପରିସରରେ ଶତାଧିକ ଗ୍ରାମୀଣ ଆଇନ ସଚେତନତା କର୍ମୀ, ସିଆର୍ପି, ୱାନ୍ଷ୍ଟପ୍ ସେଣ୍ଟରର କର୍ମୀ ଏବଂ କୋର୍ଟ କର୍ମଚାରୀମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ନୟାଗଡ଼ ପୁରୁଣା କୋର୍ଟ ପରିସରରୁ ଏକ ଶୋଭଯାତ୍ରା ବାହାରି ଆନ୍ତର୍ଜାତୀୟ ମହିଳା ଦିବସର ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ନୂତନ ଜିଲ୍ଲା କୋର୍ଟକୁ ଆସିଥିଲେ । ଏହାପରେ କୋର୍ଟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା । ସଭା ପ୍ରାରମ୍ଭରେ ସଚିବ ଅଞ୍ଜଳି ମଛଖଣ୍ଡ ଆନ୍ତର୍ଜାତୀୟ ମହିଳାଦିବସରେ ଯୋଗଦେଇଥିବା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର ଦିବସର ମହତ୍ୱ ଉପରେ ସୂଚନା ଦେଇଥିଲେ। ମୁଖ୍ୟଅତିଥି ଜିଲା ଦୌରାଜଜ୍ ଶ୍ରୀଯୁକ୍ତ ମହାରଣା ଆନ୍ତର୍ଜାତୀୟ ମହିଳା ଦିବସ ଆମେ କାହିଁକି ପାଳନ କରୁଛେ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ବନ୍ଧରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଫାମିଲ କୋର୍ଟ ଜଜ ସୁବ୍ରତ କୁମାର ପଟ୍ଟନାୟକ, ସିଜେଏମ୍ ଶୃତିସ୍ନିଗ୍ଧା ଦାସ, ମହିଳା ଅଦାଲତ ସ୍ୱୟଂପ୍ରଭା ଆଚାର୍ଯ୍ୟ,
ସିନିୟର ସିଭିଲ୍ ଜଜ୍ ସତ୍ୟବ୍ରତ ରଣା, ସିନିୟର ସିଭିଲ ଜଜ୍ ଏଲ୍ଆର୍ ଆଣ୍ଡ ଏଲ୍ଟିଭି ରବିନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲି ସରୀତା, ଏସ୍ଡିଜେଏମ୍, ସୋମାପିକା ସମଦର୍ଶିନୀ, ଜେଏମ୍ଏଫ୍ଏସି ସମୃଦ୍ଧି ସାଗରିକା ବାରିକ, ଜେଏମ୍ଏଫ୍ସି ଲଳିତା ପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ମହିଳା ଦିବସ ଅବସରରେ ପ୍ରାଧିକରଣ ତରଫରୁ ଅନୁଷ୍ଠିତ ଝୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ଏବଂ ଗ୍ରାମୀଣ ଆଇନ ସଚେତନତା କର୍ମୀ ଲିପ୍ସା ଦାସ, ସୋନାଲିକା ପଟ୍ଟନାୟକ, ମମତା ବେହେରା ଏବଂ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରମୋଦ କୁମାର ମହାନ୍ତି, ରମେଶ, ସଂଧ୍ୟା, ଜିନୁ, ଶୁଭସ୍ମିତା ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ, ଗଗନ ବିହାରୀ ନାୟକ ପ୍ରମୁଖ ସହଯୋଗ କରିଥିଲେ।
