ବିଜେଡି କାର୍ଯ୍ୟାଳୟରେ ମହିଳା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଆର୍ନ୍ତଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ବିରଜା ଲକ୍ଷ୍ମୀ ସାହୁ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଝିଲ୍ଲୀ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ। ମହିଳାମାନେ ଆଗକୁ ଆସିବା ଶୁଭ ଲକ୍ଷଣ । ନବୀନ ସରକାରରେ ମହିଳାଙ୍କୁ ଅଗ୍ରାଧିକାର ମିଳିଛି ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଥିଲେ।

ମହିଳା ଯେଉଁଠି ସୁରକ୍ଷିତ ମଣନ୍ତି, ସେଠି ସ୍ନେହ ଶ୍ରଦ୍ଧା ଢାଳି ଦିଅନ୍ତି ବୋଲି କହିଥିଲେ । ଜଣଙ୍କ ଉପରେ ବିପଦ ପଡ଼ିଲେ ସମସ୍ତେ ଠିଆ ହେବାକୁ ଉପସ୍ଥିତ ମହିଳାଙ୍କୁ ବିଧାୟକ ଆହ୍ୱାନ ଦେଇଥିଲେ । ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତି ସାହୁ ମହିଳା ସଶକ୍ତି କରଣ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବି କରିବାରେ ନବୀନ ଏକ ନମ୍ବର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଯୋଗ ଦେଇଥିଲେ ।

Related posts