ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଘର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପତାକା ଉତୋଳନ କରି ସ୍ୱାଧୀନତା, ସମାନତା ଓ ସମୃଦ୍ଧିର ସହ ଦେଶକୁ ବିଶ୍ୱର ସର୍ବୋତମ ଦେଶ କରି ଗଢିତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର ଶୁଭେଛୁଙ୍କ ସମେତ ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ନିଶିକାନ୍ତ ରଥ, ଲୋକନାଥ ମିଶ୍ର, ପୁରୁଷୋତମ ମହାପାତ୍ର, ଜୟନ୍ଦ୍ର କୁମାର ବେହେରା, ଚିତ୍ତରଞ୍ଜନ ପାଶା, ଗୋକୁଳ କୁମାର ଷଡ଼ଙ୍ଗୀ,  ପ୍ରମୋଦ କୁମାର ନନ୍ଦ, ଜିତୁନ କୁମାର ମହାପାତ୍ର, ବିକ୍ରମ କୁମାର ସ୍ୱାଇଁ, ରଞ୍ଜନ ବେହେରା, ବିଭୁତି ଭୁଷଣ ପଟ୍ଟନାୟକ ପ୍ରମୁଖ ଉତ୍ସବରେ ଯୋଗ ଦେଇଥିଲେ।

Related posts