ନୟାଗଡ଼, (ନୟାଗଡ଼ ଦର୍ପଣ): ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବାର୍ଷିକ ଖାଦ୍ୟ ପ୍ରଦର୍ଶନୀ “ଅନ୍ନପୂର୍ଣ୍ଣ।- ୧” ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ଶିଶୁ କବି କାଶୀନାଥ ଦାସ(ମୋ ସ୍କୁଲ ସଭାପତି ତଥା ଶିଶୁ କବି)ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାକେଶ କୁମାର ସାହୁ, (ଧନ୍ଦାମୂଳକ ଶିକ୍ଷକ KC ବିଦ୍ୟାପୀଠ, ଗଣିଆ, ଆଲୋକ କୁମାର ପଗଡ଼ ପ୍ରମୁଖ ବିଚାରପତି ଭବରେ ପିଲାମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ ୧୯ ଟି ଷ୍ଟଲ୍ ରେ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ପିଲାମାନେ ସୁସ୍ଵାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ କରିଥିଲେ। ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଧନ୍ଦାମୂଳକ ପ୍ରଶିକ୍ଷକ ଶ୍ରୀ ବିଶ୍ଵମ୍ବର ପ୍ରଧାନ (ପର୍ଯ୍ୟଟନ ଓ ଆତିଥ୍ଯ) ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଥିଲା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିପ୍ସା ନନ୍ଦ ତଥା ଅନ୍ୟାନ୍ୟ ସହକର୍ମୀ ମାନଙ୍କ ସହଯୋଗିତାରେ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା। ଏହି ପ୍ରଦର୍ଶନୀ ରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ରୋଜାଲିନ ପରମଗୁରୁ (ବିଦ୍ୟାଳୟ ପରିଚାଳନା କମିଟି ସଭାପତି)ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ କୁ ଖଣ୍ଡପଡ଼ା ର ବିଭିନ୍ନ ବୁଦ୍ଧିଜିବୀ ମହଲରେ ପ୍ରଶଂସିତ କରାଯାଇଛି।
