ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରାଯିବାକୁ ଦାବି କରାଯାଇଛି । ନୟାଗଡ଼ ସହରର ବିଭିନ୍ନ ରାସ୍ତା ପାଶ୍ୱର୍କୁ ଜବରଦଖଲ କରି ଉଠା ବ୍ୟବସାୟୀ, ପରିବା ଦୋକାନ, ଜଳଖିଆ ଦୋକାନ ଖୋଲ ଯାଉଛି । ଫଳରେ ରାସ୍ତା ପାଶ୍ୱର୍ରେ ଯାନବାହନ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ରାସ୍ତା ଉପରେ ଯାନ ବାହାନ ରଖାଯିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ତୁରନ୍ତ ନୟାଗଡ଼ ସହର ରାସ୍ତା ପାଶ୍ୱର୍ରୁ ଉଠା ଦୋକାନଙ୍କୁ ସ୍ଥାନାନ୍ତର, ଜବରଦଖଲ ମୁକ୍ତ କରାଯିବା ଦାବି କରାଯାଇଛି । ସେହିଭଳି ଭାବେ ପୁରୁଣା ଦୁର୍ଗାମଣ୍ଡପ ସ୍ଥାନ ଏବଂ ଜେଲ ଜମିକୁ ପରିସ୍କାର କରି ଅସ୍ଥାୟୀ ପାର୍କିଂ ନିର୍ମାଣ କରିବାକୁ ଦାବି ହୋଇଛି । ତା ସହିତ ଟ୍ୟାକ୍ସି ଷ୍ଟାଣ୍ଡ ନିକଟ, ଦେବୋତ୍ତର କଲୋନୀ ୫ ନମ୍ବର ଲେନ୍ରେ ଭେଣ୍ଡିଂ ଜୋନ୍ ନିର୍ମାଣ କରି ଅସ୍ଥାୟୀ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସାମ୍ବାଦିକମାନେ ପ୍ରସ୍ତାବ ଦେଇଛନ୍ତି । ନୟାଗଡ଼ ନାରାୟଣୀ ପାର୍କ ପଛ ପାଖରେ ରହିଥିବା ପୈାର ପରିଷଦର ଏକ ଖାଲି ସ୍ଥାନରେ ପରିବା ମାର୍କେଟ ଓ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ନୟାଗଡ଼ ପୁରୁଣା ଜେଲ ଜମି ଓ ପୁରୁଣା ଦୁର୍ଗା ମଣ୍ଡପ ପଡ଼ିଆକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଉଦିତ ନାରାୟଣ ଦାଶ, ସଦୀପ କୁମାର ଲେଙ୍କା, ଅନୀଲ କୁମାର ପଣ୍ଡା, ଧିରେନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଦେବଦତ୍ତ ନାୟକଙ୍କ ସମେତ ଅନେକ ଜିଲ୍ଲା ସାମ୍ବାଦିକ ଏଭଳି ଦାବି ଉପସ୍ଥାପନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସବୁ ଦାବି ଓ ପ୍ରସ୍ତାବକୁ ଶୁଣିବା ସହ ଏହା ଉପରେ ଗୁରୁତ୍ୱ ଦେଇ ସହର ବିକାଶ ଓ ସୈାନ୍ଦର୍ଯ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
