ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭେଟେରାନ ଶରତ କୁମାର ସାହୁ ସୋସାଇଟି ଅଧ୍ୟକ୍ଷ ଗୋଦାବରୀଶ ସାହୁଙ୍କୁ ଆମନ୍ତ୍ରିତ କରି ପତକା ଉନ୍ମୋଚନ କରାଇଥିଲେ। ଏହି ରାଷ୍ଟ୍ରୀୟ ପର୍ବରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଦଣ୍ଡପାଣି ନାୟକ, ଭଗବତୀ ଚରଣ ପଟ୍ଟନାୟକ ଓ ନିରଂଜନ ମିଶ୍ରଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ନୟାଗଡ଼ର ପୂଜ୍ୟ ପୁଜା କମିଟିର ସଭାପତି ପ୍ରଶନ୍ନ କୁମାର ବସନ୍ତିଆ ଓ ଶିବ ଶକ୍ତି ଯୋଗ କେନ୍ଦ୍ରର ଆବାହକ ଧର୍ମେନ୍ଦ୍ର କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହଯୋଗରେ ଏହି ପର୍ବରେ ସିଭିଲ ସୋସାଇଟି, ପୂଜ୍ୟପୁଜା କମିଟି ଓ ଶିବଶକ୍ତି ଯୋଗ କେନ୍ଦ୍ରର ବହୁ ସଦସ୍ୟ ଯୋଗଦାନ କରିଥିଲେ।
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
