ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକର ଆୟୋଜନ କରଯାଇଛି।
ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ସମେତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ, କ୍ୟାରିଅର କାଉନସେଲିଂ ସହ ଛାତ୍ର ଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ  ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା,  ଶିକ୍ଷା କ୍ଷେତ୍ରରେ ରେ  ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳ ର ପ୍ରଧାନ ଶିକ୍ଷକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ବେକାରୀ ସମସ୍ୟା ନିଶ୍ଚିତ ଦୂର ହେବା ସହ ଜଣେ ଶିକ୍ଷାର୍ଥୀ ଭବିଷ୍ୟତ ରେ ଭଲ ଭାବରେ ରୋଜଗାରକ୍ଷମ ହୋଇପାରିବ ବୋଲି ମତ ରଖିଛନ୍ତି। ରାଜ୍ୟ ରେ ନୂଆ ଜାତୀୟ ଶିକ୍ଷା ନୀତି ରେ ଧନ୍ଦା ମୂଳକ ଶିକ୍ଷା ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ଭଲ ସୁବିଧା ଯୋଗାଇ ଦେବ ବୋଲି ଧନ୍ଦାମୂଳକ ଶିକ୍ଷାର  ଭାରପ୍ରାପ୍ତ ଉପଦେଷ୍ଟା ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ କହିଛନ୍ତି। ତତ୍ ସହିତ ବିଦ୍ୟାଳୟର କମିଟି ସଭାପତି ମାନସ କୁମାର ନାୟକ ଛାତ୍ର ଛାତ୍ରୀ ଙ୍କୁ ଅଭିଭାବକ ଅଧିକ ସୁଯୋଗ ଦେଲେ ସେମାନେ ପରିଧାନ ବିଷୟରେ ଅଧିକ ରୁ ଅଧିକ ଉନ୍ନତି କରିପାରିବେ ବୋଲି ନିଜର ମତ ରଖିଛନ୍ତି।ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ବୋର୍ଡ ପରୀକ୍ଷା ର ପୂର୍ବ ପ୍ରସ୍ତୁତି ଏବଂ ଶିକ୍ଷାର୍ଥୀ ଙ୍କ କ୍ୟାରିଅର କାଉନସେଲିଂ ରେ ପରିଧାନ ବିଭାଗ ର ପରିସର ବିଷୟରେ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଛନ୍ତି।
ଉକ୍ତ ବୈଠକ ରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ର, ସଭାପତି ଶ୍ରୀଯୁକ୍ତ ମାନସ କୁମାର ନାୟକ ,ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଉପଦେଷ୍ଟା ପ୍ରଜ୍ଞା ପାରମିତା ସାହୁ,ପରିଧାନ ବିଭାଗ ର ପ୍ରଶିକ୍ଷିକା ରୋଜାଲିନ ମିଶ୍ର ଓ କ୍ରୀଡ଼ା ପ୍ରଶିକ୍ଷକ ଦାମୋଦର ସାହୁ ଙ୍କ ସହିତ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
ପରିଶେଷରେ ସମସ୍ତ ଅଭିଭାବକ ଙ୍କ ମତାମତ ସହ ପ୍ରଧାନ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଛନ୍ତି।

Related posts