ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ସିରିୟସ ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ନାଟକ ମହୋତ୍ସବ ଶେଷ ସଂଧ୍ୟାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ସମ୍ବର୍ଦ୍ଧିତ ପ୍ରତିଭୁ ତଥା ସମ୍ମାନୀତ ଅତିଥି ଭାବେ ଜଳସେଚନ ବିଭାଗ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ପଟ୍ଟନାୟକ, ଫିଲ୍ମ ସେନସର ବୋର୍ଡ଼ ର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ।


ଅନୁଷ୍ଠାନର ସଭାପତି କିଷାନ ଦାଶ ଏବଂ ସଂପାଦକ ଜାମିନ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସାଂସ୍କୃତିକ ଜାଗରଣ ଦୀର୍ଘ ଦିନ ଧରି ଚାଲିଛି। ନୟାଗଡ଼ର ନାଟକ ପରମ୍ପରା ବହୁ ପ୍ରାଚୀନ ବୋଲି ଶ୍ରୀଯୁକ୍ତ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ। ଯୁଗ ପରିବର୍ତ୍ତନ ସହ ଅନେକ କିଛି ପରିବର୍ତ୍ତନ ହୋଇଛି। ସଂସ୍କୃତି ଓ ପରମ୍ପରାକୁ ନୟାଗଡ଼ ସବୁବେଳେ ସମ୍ମାନ ଦିଏ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ। ଶେଷ ସଂଧ୍ୟାରେ ନାଟ୍ୟକାର ଗୌରହରୀ ଦାଶଙ୍କ ନାଟକ ‘ଚିତ୍ର ପ୍ରତିମା’ ମଞ୍ଚସ୍ଥ ହୋଇଯାଇଛି। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ନାଟକକୁ ଦର୍ଶକ ବେଶ ଉପଭୋଗ କରିଥିଲେ। ନାଟକ ଚିତ୍ର ପ୍ରତିମା ମଣିଷମାନଙ୍କ ପ୍ରକୃତ ରୂପକୁ ଦେଖାଇବାରେ ଖୁବ୍ ସମର୍ଥ ହୋଇଥିଲା। ବିଭିନ୍ନ ଚରିତ୍ରରେ ମମତା ତ୍ରିପାଠୀ, ପବିତ୍ର ମହାନ୍ତି, ସରିତା ପ୍ରଧାନ ଓ ରାକେଶ ମହାନ୍ତି ଅଭିନୟ କରିଥିଲେ। କବି ଗୋପିନାଥ ସେଠି ମଞ୍ଚ ପରିଚାଳନା କରିଥିଲେ।

Related posts