ପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା  ଅନିଲ କୁମାର ଜେନା, ଅନିଲଙ୍କ ମାମୁଁ ଝୋଟ ଓ ମାଆଙ୍କ ବିରୋଧରେ ତାଙ୍କ କନ୍ୟା ସୁଭଦାକୁ ହତ୍ୟା କରିଥିବା  ଅଭିଯୋଗ କରି  ଉଲ୍ଲେଖ କରିଥିଲେ କି, ତାଙ୍କ  କନ୍ୟା ଶୁଭଦା ସ୍ୱାଇଁ ଙ୍କୁ ଅଭିଯୁକ୍ତ ଅନିଲ କୁମାର ଜେନା ଯିଏ କି କନ୍ଧମାଳ ଜିଲ୍ଲା ରେ ଥିବା ୮ମ ବାଟାଲିୟନ ରେ ହାବିଲଦାର ପଦବୀ ରେ କାର୍ଯ୍ୟ କରୁଥିଲେ ତାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ର ୨/୩ ମାସପରେ ସୁଭଦା ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନିଲ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ତେଣୁ ସେ ବିରୋଧ କରିବାରେ ଅନିଲ ତାଙ୍କ ମାମୁଁ ଓ ମାଆଙ୍କ କଥାରେ ପରିଚାଳିତ ହୋଇ ସୁଭଦା କୁ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସଙ୍ଗେ ସଙ୍ଗେ ଜୀବନରେ ମାରିଦେବା ପାଇଁ ଧମକ ଦେଉଥିଲେ। ସେଦିନ ରାତି ୮ଘଣ୍ଟା ସମୟ ରେ ଏତଲାକାରୀ  ଖବର ପାଇଲେ ଯେ ତାଙ୍କ କନ୍ୟା ଶୁଭଦା ଶରଣକୁଳ ଥାନା ଅନ୍ତର୍ଗତ ଜାମୁଝୋଲା – କଣ୍ଟାବଣିଆ ରାସ୍ତା ନିକଟରେ ମୃତ ଅବସ୍ଥାରେ ପଡ଼ିଛି। ଖବର ପାଇ ସେ ଓ ତାଙ୍କ ଗ୍ରାମ କେତେକ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଶରଣକୁଳ ଥାନା କେସ ନ ୦୩/୨୦୧୬ ମାମଲାରେ ୪୯୮(କ), ୩୦୨, ୩୦୪(ଖ)/୩୪ ଆଇ. ପି. ସି ଓ ଦଫା ୪ ଯୌତୁକ ନିରୋଧ ଆଇନ ଅନୁଯାୟୀ ମକୋଦମା ରୁଜ୍ଜୁ କରି ତଦନ୍ତ ଅଧିକାରୀ ତଦନ୍ତ କଲେ।
       

ତତ୍କାଳୀନ ତଦନ୍ତ ଅଧିକାରୀମନୋଜ କୁମାର ଶତପଥୀ ତଦନ୍ତ ସମୟରେ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନୀଲ ଯୋଜନାବଦ୍ଧ ଭାବେ ତାର ଦୁଇ ସହଯୋଗୀ ମାନଙ୍କ ସହାୟତାରେ ସୁଭଦ୍ରାକୁ ପରକ୍ରୀୟା ପ୍ରୀତି ପାଇଁ ହତ୍ୟା କରି ଉକ୍ତ ହତ୍ୟା ଘଟଣାକୁ ମିଥ୍ୟା ଡ଼କାୟତ ରୂପ ଦେଇ ଘଟଣା ଦିନ ରାତିରେ ନିଜେ ଶରଣକୁଳ ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିଲେ କି, ସେ ଓ ସୁଭଦ୍ରା ମୋଟର ସାଇକେଲରେ ଫେରୁଥିବା ସମୟରେ ଜାମୁଝୋଲା – କଣ୍ଟାବଣିଆ ରାସ୍ତାରେ ୪ଜଣ ଅଜଣା ଡକାୟତମାନେ ତାଙ୍କ ମୋଟର ସାଇକେଲ ଅଟକାଇ ତାଙ୍କୁ ମାରଧର କରି ଏକ ଗଛରେ ବାନ୍ଧି ସୁଭଦ୍ରାର ସୁନାଗହଣା ଲୁଟ କରି ହତ୍ୟା କରିଛନ୍ତି। ତଦନ୍ତ ଅଧିକାରୀ ତଦନ୍ତ କରି ସୁଭଦ୍ରା ହତ୍ୟା ଘଟଣାରେ ସ୍ବାମୀ ଅନୀଲ କୁମାର ଜେନା ଓ ତାର ଦୁଇ ସହଯୋଗୀ ଜଗା @ଜଗଦୀଶ ଦୋରା ଓ ବାନା ବେହେରାଙ୍କ ବିରୁଦ୍ଧରେ ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।


ଉକ୍ତ ମକୋଦମାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଓଡ଼ଗାଁ ମାନସ ରଞ୍ଜନ ରଥଙ୍କ ଅଦାଲତ ରେ ଏସ. ଟି ୧୭୪/୨୮ -୨୦୧୬-୨୩ମତ୍ତେ ପଞ୍ଜୀକୃତ ହୋଇ ବିଚାର ପ୍ରକ୍ରିୟା ଚାଲିଥିଲା। ୧୪ଜଣ ସରକାରୀ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ସ୍ବାମୀ ଅନୀଲ କୁମାର ଜେନାଙ୍କୁ ମାନ୍ୟବର ଅଦାଲତ ସୁଭଦ୍ରା ହତ୍ୟା ଅଭିଯୋଗରେ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଟଙ୍କା ଜୋରିମାନା ପକେଇଛନ୍ତି, ଜୋରିମାନା ଅନାଦେୟ ଅତିରିକ୍ତ ୬ମାସ ସଶ୍ରମ କାରାଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି।

Related posts