ଇଟାମାଟିରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ

ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମବାସୀଙ୍କ ତରଫରୁ ଦୀର୍ଘ ୫୮ବର୍ଷ ଧରି  ପାଳିତ ହେଇଆସୁଛି ସାର୍ବଜନିନୀ ଦୁର୍ଗାପୂଜା।
ଚଳିତ ବର୍ଷ ୧୦ଅକ୍ଟୋବରରୁ ମହାସପ୍ତମୀ ପୂଜା ଆରମ୍ଭ ହୋଇଯାଇଚି। ଆସନ୍ତା ୧୩ତାରିଖରେ ବିଜୟା ଦଶମୀ ପାଳିତ ହେବ। ସ୍ବର୍ଗତ ଉଦ୍ୟନାଥ ପ୍ରଧାନ, ସ୍ବର୍ଗତ ଲଡ଼ୁ ପାତ୍ର, ସ୍ବର୍ଗତ ବଂଶୀଧର ସାହୁ  ଓ ସ୍ବର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଉଦ୍ୟମରେ ୧୯୬୭ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଚି ବୋଲି ପ୍ରକାଶ କରନ୍ତି ବରିଷ୍ଠ ବ୍ୟବସାୟୀ  ପୂର୍ଣ୍ଣଚନ୍ଦ୍ର ସାହୁ। ଏହି ଅବସରରେ ଦୈନିକ ସଂକୀତ୍ତନ ସହ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନାଟକ ମଞ୍ଚସ୍ତ ହୁଏ। ସୁଉଚ୍ଚ ତୋରଣ, ଇଟାମାଟିର ଯୁବ ମୂର୍ତ୍ତିକାର ମନୋଜ ବିଶ୍ୱାଳଙ୍କ ଦ୍ୱାରା ନିର୍ମିତ ମା ଦୁର୍ଗାଙ୍କ ମୃଣ୍ମୟୀ ମୃତ୍ତି, ସୁଦୃଶ୍ୟ ମେଢ଼ ଓ ନାଟ୍ୟମଣ୍ଡପ ସ୍ଥାନୀୟ ଲୋକଙ୍କ ମନ ରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ମନୋଭାବ ଜାଗ୍ରତ କରିଥାଏ।  ପ୍ରତ୍ୟେକ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଗ୍ରାମବାସୀଙ୍କ ତରଫରୁ ନିଯୁକ୍ତ ପୂଜା କମିଟିରେ ଏହି ବର୍ଷ ସଭାପତି ରୂପେ ପ୍ରଶାନ୍ତ କୁମାର ପ୍ରଧାନ(ଡୁରୀ) ଓ ସଂପାଦକ ଭାବେ ନବକିଶୋର ସାହୁ ଦାୟିତ୍ୱ ଗ୍ରହଣ କରି ସୁପରିଚାଳନା କରିଛନ୍ତି।  ସର୍ବଶ୍ରୀ ଶ୍ରବଣ କୁମାର ରାମ, କିଶୋର ନାୟକ, ଭାଗିରଥି ବାଇ, ଆଶିଷ କୁମାର ଅଗ୍ରୱାଲ, କ୍ରିଷ୍ଣା କୁମାର ଅଗ୍ରୱାଲ (କିନୁ ବାବୁ), ଉମେଶ ଚନ୍ଦ୍ର ପଟ୍ଟନାୟକ, ରାଜ କିଶୋର ପୃଷ୍ଟି, ଉମେଶ ଚନ୍ଦ୍ର ସାହୁ, ରାମ ଚନ୍ଦ୍ର ସାହୁ, ଲକ୍ଷ୍ମୀଧର ପୃଷ୍ଟି, ଅଶୋକ କୁମାର ନାୟକ, କପିଳାସ ନାୟକ, ରବୀନ୍ଦ୍ର ପ୍ରଧାନ, ସହଦେବ ବିଶ୍ୱାଳ, ପ୍ରଫୁଲ ଜେନା, ଶ୍ୟାମ ପ୍ରଧାନ,  କୃପାସିନ୍ଧୁ ପ୍ରଧାନ, ବଂଶୀଧର ସାହୁଙ୍କ ଉପସ୍ଥିତିରେ ପୂଜକ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ  ଓ ସନ୍ତୋଷ ବାହିନୀପତିଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ଆସନ୍ତା ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ସଭାପତି ପ୍ରକାଶ କରିଛନ୍ତି।

Related posts