ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ୭୮ ବର୍ଷ ଦେଶ ସ୍ୱାଧୀନତା ସ୍ମାରକୀ ଭାବେ ୭୮ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ପତାକା ସହ ଗାନ୍ଧୀ ବିଚାରଧାରା କୁ ସମ୍ମାନ ଦେଉଥିବା ଶହଶହ ଗାନ୍ଧୀ ପ୍ରେମୀ ତ୍ରିରଙ୍ଗା ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ବ୍ଲକ ଯାଏଁ ଆସିଥିଲେ। ବ୍ଲକ ସମ୍ମିଳନୀ କକ୍ଷ ମଧ୍ୟରେ “ଗାନ୍ଧୀ ଦର୍ଶନ ଓ଼ ବିଚାର ପ୍ରାସଙ୍ଗିକତା” ସମ୍ପର୍କିତ ତାତ୍ୱିକ ଆଲୋଚନାଚକ୍ର ଆୟୋଜନ କରି ଗାନ୍ଧୀ ଦର୍ଶନ ପ୍ରସଙ୍ଗ ରେ ସମାଜ ଉପଯୋଗୀ ତଥ୍ୟ କୁ ଲୋକାଭିମୁଖୀ କରାଯାଇ ଗାନ୍ଧିଜୀ ଙ୍କ ସତ୍ୟ, ଅହିଂସା ଏବଂ ସତ୍ୟାଗ୍ରହ ପ୍ରଚାର ପ୍ରସାର କରାଇବା ପାଇଁ ଏଭଳି ଆଲୋଚନାଚକ୍ର ଆବଶ୍ୟକତା ଉପରେ ମଞ୍ଚ ଆବାହକ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମତ ରଖିଥିଲେ। ଏହି ଆଲୋଚନାଚକ୍ର ରେ ଆଲୋଚକ ଭାବେ ରାଜ୍ୟର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏବଂ ଓଡିଶା ହାଇକୋର୍ଟ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ବିଭୁପ୍ରସାଦ ତ୍ରିପାଠୀ ଯୋଗ ଦେଇ ଗାନ୍ଧି ବିଚାରଧାରା ପ୍ରାସଙ୍ଗିକତା ଉପରେ ସକାରାତ୍ମକ ଆଲୋଚନା କରି ଆଜି ମଧ୍ୟ ଦେଶ ଗାନ୍ଧୀ ବିଚାର ରେ ଉଦବୁଦ୍ଧ। ସ୍ୱାଧୀନତା ସଂଗ୍ରାମ ରେ ଅହିଂସା ସତ୍ୟାଗ୍ରହ କୁ ଅସ୍ତ୍ର କରି ବିଶାଳ ବ୍ରିଟିଶ ସାମ୍ରାଜ୍ୟ କୁ ଭାରତ ରୁ ତଡିବା ପାଇଁ ସକ୍ଷମ ହୋଇପାରି ଥିଲେ ଗାନ୍ଧିଜୀ। ଡ଼ ସାହୁ ଗାନ୍ଧୀ ଦର୍ଶନ ସମ୍ପର୍କିତ ଆଲୋଚନା କରି ଗାନ୍ଧୀଜୀ ଙ୍କ ଲିଖିତ ପୁସ୍ତକ ଏକ୍ସପେରିମେଣ୍ଟ ଅଫ ଟ୍ରୁଥ କୁ ବିସ୍ଲେସଣ କରି ସତ୍ୟ ର ପୂଜାରୀ ଥିଲେ ଗାନ୍ଧୀ, ସତ୍ୟ କହିବା ପାଇଁ ଭୟ କରୁ ନଥିଲେ।  ସ୍ୱାଧୀନତା ସଂଗ୍ରାମ ବେଳେ ଗାନ୍ଧୀ ସାରା ଦେଶରେ ପ୍ରାୟ ୮୦ହଜାର କିଲୋମିଟର ପାଦରେ ଚାଲିଚାଲି ସତ୍ୟ ଅହିଂସା ବାର୍ତା ପ୍ରଚାର କରିଥିବା ଉଲ୍ଲେଖ କରିଥିଲେ। ଗାନ୍ଧିଜୀଙ୍କ ଜୀବନଚର୍ଯ୍ୟା ଆଲୋଚନା କରି ତାଙ୍କ ପ୍ରତ୍ୟହ ଖାଦ୍ୟ ପାନୀୟ ଶୈଳୀକୁ ଆଜିର ଯୁବ ସମାଜ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଇଂ ଦେବାଶିଷ ପଟ୍ଟନାୟକ, କମ୍ୟୁନିଷ୍ଟ ନେତା ନାଟ୍ୟକାର ବିଶ୍ୱନାଥ ମହାପାତ୍ର ଏବଂ ପ୍ରାଧ୍ୟାପକ ଅଶୋକ ନାୟକ ପ୍ରମୁଖ ଗାନ୍ଧୀ ଦର୍ଶନ ଏବଂ ବିଚାର ଆବଶ୍ୟକତା ଭାରତବର୍ଷ ପାଇଁ ଥିଲା, ରହିଛି ଏବଂ ରହିଥିବ ବୋଲି ମତ ରଖିଥିଲେ।  ଓ଼ ଟିଭି ସମ୍ବାଦଦାତା ଜୟେନ୍ଦ୍ର ବେହେରା ଆନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ। ଏହି ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ମୁନିସିପାଲିଟି କାଉନସିଲର ଗଣ, ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Related posts